
ନୂଆଦିଲ୍ଲୀ:ବିମାନବନ୍ଦରରେ ଲ୍ୟାଣ୍ଡିଂ କଲାବେଳେ ଏକ ବିମାନ ହଠାତ ଡେଇଁବା ଘଟଣା ନିଶ୍ଚୟ ବିରଳ। ଆମେ ଆପଣଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଏକ ବିମାନ ବିମାନବନ୍ଦରର ରନୱେ ଛୁଉଁ ଛୁଉଁ ଅପ୍ରତ୍ୟାଶିତ ଭାବେ ପୁଣିଥରେ ଆକାଶକୁ ଲମ୍ଫ ମାରିଛି।
ହାଇଦ୍ରାବାଦରୁ ଲଣ୍ଡନ୍ର ହିଥ୍ରୋ ବିମାନବନ୍ଦରକୁ ଉଡ଼ାଣ ଭରିଥିବା ଏକ ବିମାନ ରନ୍ୱେକୁ ଛୁଇଁବାର କିଛି ସେକେଣ୍ଡ ପରେ ଏପରି ଉଡ଼ିଥିଲା ଯେ ତାହା ଡିଆଁ ମାରିବା ସଦୃଶ ପ୍ରତୀୟମାନ ହୋଇଥିଲା। ସୂଚନାଯୋଗ୍ୟ, ଏହି ବିମାନଟି ଲ୍ୟାଣ୍ଡିଂ କଲାବେଳେ ପଛ ଦୁଇ ଚକ ରନୱେରେ ସ୍ୱାଭାବିକ ଢଙ୍ଗରେ ଗଡ଼ିବା ପରିବର୍ତ୍ତେ ବାଉନ୍ସ କରି ହଠାତ ଉପରକୁ ଉଠିଯାଇଥିଲା। କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଉଭୟ ଯାତ୍ରୀ ଓ ବିମାନ ବର୍ତ୍ତିଯାଇଥିଲେ। ପାଇଲଟ ବିମାନକୁ ଲ୍ୟାଣ୍ଡିଂ ମୋଡରୁ ହଠାତ ଟେକ୍ ଅଫ୍ ମୋଡକୁ ନେଇଯାଇ ପୁଣି ଆକାଶ ଅଭିମୁଖେ ନେଇଯାଇଥିଲେ ଓ ପ୍ରାୟ ୧୮ ମିନିଟ ପରେ ପୁଣି ରନୱେକୁ ଫେରି ସ୍ୱାଭାବିକ ଭାବେ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଥିଲେ।
ଏହି ଘଟଣା ଏକ ଭିଡିଓରେ କଏଦ ହୋଇଛି ଯାହାକି ସୋଶାଲ ମିଡିଆରେ ବେଶ ଲୋକପ୍ରିୟ ହୋଇଛି। ‘ଟେକ୍ ଅଫ୍/ଗୋ ରାଉଣ୍ଡ’ ବା ଟୋଗା ରାଉଣ୍ଡର ଏହି ଭିଡିଓ କ୍ଳିପ୍କୁ ଶେଷ ଖବର ସୁଦ୍ଧା ୨୯ ଲକ୍ଷ ଲୋକେ ଦେଖିସାରିଲେଣି ଏବଂ ସମସ୍ତଙ୍କ ମୁହଁରେ ରହିଛି ପାଇଲଟଙ୍କ ଉଚ୍ଚ ପ୍ରଶଂସା।
ଦେଖନ୍ତୁ ସମସ୍ତେ ‘ୱେଲ୍ ଡନ୍ ପାଇଲଟ୍’ କହୁଥିବା ଏହି ଭିଡିଓ।
We are live now on our Elite Channel from #Heathrow and witnessed this insane #TOGA ! Well done pilot! @British_Airways #BA276 #StormErik pic.twitter.com/WMEvJ4P387
— BIG JET TV (@BigJetTVLIVE) February 8, 2019
from Odisha Reporter http://bit.ly/2GhuStl
No comments:
Post a Comment