କନ୍ୟାପିତା କହିଲେ: ‘ଝିଅ କୌଣସି ସମ୍ପତ୍ତି ନୁହେଁ, ଯେ ତାକୁ ଦାନ କରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

କନ୍ୟାପିତା କହିଲେ: ‘ଝିଅ କୌଣସି ସମ୍ପତ୍ତି ନୁହେଁ, ଯେ ତାକୁ ଦାନ କରିବି’

ନୂଆଦିଲ୍ଲୀ: କଥାରେ ଅଛି କନ୍ୟାଦାନ ମହାପୂଣ୍ୟ। ଏହି ପୂଣ୍ୟ କାମ କିରବାର ସୌଭାଗ୍ୟ କନ୍ୟାପିତାଙ୍କୁ ହିଁ ମିଳିଥାଏ। ତେଣୁ ସମସ୍ତେ ଭାବନ୍ତି ଥରୁଟିଏ ଝିଅ ବାହାଘର କଲା ବେଳେ କନ୍ୟାଦାନ କରି ମହାପୂଣ୍ୟ କମାଇବା ଆବଶ୍ୟକ। କିନ୍ତୁ ପଶ୍ଚିମବଙ୍ଗ ଜଣେ ବ୍ୟକ୍ତି କନ୍ୟାଦାନ କରିବାକୁ ମନା କରି ଏବେ ଚର୍ଚ୍ଚାରେ। ଆଉ ସେ କନ୍ୟାଦାନ ନ କରିବା ପାଇଁ ଯେଉଁ କଥାଟି କହିଛନ୍ତି ତାହା ଅତ୍ୟନ୍ତ ରୋଚକ।

ବଙ୍ଗୀୟ ରୀତିରେ ହେଉଥିବା ଏକ ବିବାହରେ ମହିଳା ପୁରୋହିତ ଯେତେବେଳେ କନ୍ୟା ପିତାଙ୍କୁ କନ୍ୟାଦାନ ପାଇଁ ଡାକିଲେ, ସେତେବେଳେ ସେ କନ୍ୟାଦାନ କରିବା ପାଇଁ ମନା କରି ଦେଇଥିଲେ ।  ଆଉ କହିଥିଲେ, “ମୋ ଝିଅ କୌଣସି ସମ୍ପତ୍ତି ନୁହେଁ ଯେ ମୁଁ ତାକୁ ଦାନ କରିଦେବି।”

ଅସ୍ମିତା ନାମ୍ନୀ ଜଣେ ଟ୍ୱିଟର ହ୍ୟାଣ୍ଡଲର୍‌ ଏହି ଘଟଣାକୁ ଶେଆର କରିଛନ୍ତି। ଅସ୍ମିତା ଟ୍ୱିଟରରେ ଲେଖିଛନ୍ତି ଯେ, ସେ ଏକ ମହିଳା ପଣ୍ଡିତଙ୍କ ଦ୍ୱାରା ହେଉଥିବା ବିବାହରେ ଉପସ୍ଥିତ ଥିଲେ, ଯେଉଁଠି ଏ ଘଟଣା ଘଟିଛି।

ତାଙ୍କର ଏହି ପୋଷ୍ଟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କନ୍ୟାପିତାଙ୍କୁ ସମାଲୋଚନା କରିଛନ୍ତି।



from Odisha Reporter http://bit.ly/2I49dGK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages