ଆଗୁଆ ଜାମିନ ଆବେଦନ କଲେ ମୁକୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଆଗୁଆ ଜାମିନ ଆବେଦନ କଲେ ମୁକୁଲ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ବିଜେପି ନେତା ମୁକୁଲ ରୟଙ୍କ ନାମରେ ଏଫ୍‌ଆଇଆର ଦିଆଯିବାପରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସେ କୋଲକତା ହାଇକୋର୍ଟର ଏକ ଖଣ୍ଡପୀଠ ଏହି ଆବେଦନର ଶୁଣାଣି ଚଳିତ ସପ୍ତାହରେ ହିଁ କରିବେ ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗର ନଦିୟାରେ ଘଟିଥିବା ଏହି ହତ୍ୟା ଘଟଣାରେ ଶ୍ରୀ ରୟଙ୍କ ସମେତ ୪ ଜଣଙ୍କ ନାମ ଏଫ୍‌ଆଇଆରରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣା ସହିତ ବିଜେପି ନେତାଙ୍କ ନାମ ଯୋଡ଼ାଯାଉଛି ବୋଲି ମୁକୁଲ ଅଭିଯୋଗ କରିଆସୁଛନ୍ତି। ପୂର୍ବରୁ ଟିଏମ୍‌ସିରେ ଥିବା ମୁକୁଲ ୟୁପିଏ-୨ ସରକାରରେ କେନ୍ଦ୍ର ରେଳ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେ ୨୦୧୭ ମସିହାରେ ମମତାଙ୍କ ସହିତ ମତଭେଦ କାରଣରୁ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଶ୍ରୀ ରୟ ଏହି ପ୍ରସଙ୍ଗରେ କହିଛନ୍ତି, “ସମଗ୍ର ପଶ୍ଚିମବଙ୍ଗରେ ଯେତେବେଳେ ମଧ୍ୟ ଟିଏମ୍‌ସି ସହିତ ଜଡ଼ିତ କାହାକୁ ତାଙ୍କ ଦଳର କେହି ବା ଅନ୍ୟ କେହି ଦୃର୍ବୃତ୍ତ ହତ୍ୟା କରୁଛି, ମମତା ସରକାର ବିଜେପି ଉପରେ ହିଁ ଦୋଷ ଲଦୁଛନ୍ତି। ମୁଁ ସତ୍ୟଜିତଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରୁଛି। ମମତା ଆମକୁ ଭୟ କରୁଛନ୍ତି, ସେହି କାରଣରୁ ମମତାଙ୍କ ନିର୍ଦ୍ଦେଶରେ ଏହି ହତ୍ୟା ପାଇଁ ବିଜେପିକୁ ଦାୟୀ କରାଯାଉଛି।”



from Odisha Reporter http://bit.ly/2DyhrSc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages