ଶୀତଳଭଣ୍ଡାର ମାଲିକଙ୍କ ଗରମ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଶୀତଳଭଣ୍ଡାର ମାଲିକଙ୍କ ଗରମ ଚେତାବନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଆଳୁ ମିଶନ ଫେଲ୍‌ ହେବା ପରେ ଘରୋଇ ଶୀତଳଭଣ୍ଡାର ମାଲିକଙ୍କ ଚିନ୍ତା ବଢ଼ିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଏମାନେ ଦେବାଳିଆ ଅବସ୍ଥାକୁ ଚାଲି ଯାଇଛନ୍ତି। ଏହାକୁ ନେଇ ରାଜ୍ୟ ଶୀତଳଭଣ୍ଡାର ସଂଘ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଆନ୍ଦୋଳନ ଧମକ ଦେଇଛି।

ରୁଗ୍‌ଣ ଅବସ୍ଥାକୁ ଚାଲି ଯାଇଥିବା ଏହି ଶୀତଳଭଣ୍ଡାରଗୁଡିକୁ ଚାଲୁ କରିବା ପାଇଁ ମାଲିକମାନଙ୍କୁ ୨ କୋଟି ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହାସହ ବିଦ୍ୟୁତ୍‌ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଋଣ ଉପରେ ସୁଧା ହାର କମାଇବାକୁ ମଧ୍ୟ ଦାବି କରାଯାଇଛି।

ଓଡିଶା ଶୀତଳଭଣ୍ଡାର ସଂଘ ସମ୍ପାଦକ ଜନାର୍ଦ୍ଦନ ସାହୁ କହିଛନ୍ତି, “ଆଳୁ ମିଶନକୁ ଆଧାର କରି ଶୀତଳଭଣ୍ଡାର ନିର୍ମାଣ କରାଯାଇଥିଲା। ସରକାରଙ୍କ ଏହି ମିଶନ୍‌ ଫେଲ୍‌ ହେବା ପରେ ଘରୋଇ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। ଆମ ଦାବି ସମ୍ପର୍କରେ ଆଗରୁ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ସରକାର ଶୀଘ୍ର ଦାବି ପୂରଣ ନ କଲେ ଆସନ୍ତା ୨୨ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବୁ।”



from Odisha Reporter http://bit.ly/2Eiogc3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages