ମାସକୁ ୩୦୦୦ ଭତ୍ତା ପାଇବେ ଅଣସଂଗଠିତ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ମାସକୁ ୩୦୦୦ ଭତ୍ତା ପାଇବେ ଅଣସଂଗଠିତ କର୍ମଚାରୀ

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର): ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ୬୦ ବର୍ଷ ହେବା ପରେ ମାସକୁ ୩୦୦୦ ହଜାର ଟଙ୍କା ଭତ୍ତା ବା ପେନ୍‌ସନ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ମାଧ୍ୟମରେ ଏହି ସହାୟତା ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଏହି ଘୋଷଣା କରିଛନ୍ତି।
ଏଥିପାଇଁ ହିତାଧିକାରୀଙ୍କୁ ମାସକୁ ୧୦୦ ଟଙ୍କା ଲେଖାଏଁ ବହନ କରିବାକୁ ପଡ଼ିବ। ଦେଶରେ ଅଧିକାଶଂ କର୍ମଚାରୀ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ବେଳେ ସେମାନଙ୍କ ଆର୍ଥିକ ସୁରକ୍ଷାକୁ ନେଇ କୌଣସି ସୁବିଧା ନାହିଁ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ହାଉସ୍‌ହୋଲ୍ଡ୍ ହେଲ୍‌ପର, ଡ୍ରାଇଭର, ପାଇପ୍‌ ମସ୍ତ୍ରୀ, ଇଲେକ୍‌ଟ୍ରିସିଆନଙ୍କ ଠାରୁ ଆରମ୍ଭ କରି ଭଣ୍ଡାରି, ଧୋବା, ବଢ଼େଇ ଆଦି କୋଟି କୋଟି ଗରିବ ନିମ୍ନ ମଧ୍ୟବିତ୍ତ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀ ଉପକୃତ ହେବେ ବୋଲି ଗୋୟଲ କହିଛନ୍ତି। ଏହା ଦ୍ୱାରା ଅତି କମ୍‌ରେ ୧୦ କୋଟି ଅଣସଂଗଠିତ କ୍ଷେତ୍ରର କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ପାଇଁ ସରକାରଙ୍କୁ ୫୦୦ କୋଟି ଟଙ୍କା ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।



from Odisha Reporter http://bit.ly/2S339TG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages