
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଶୁକ୍ରବାର ଏକ ଖୁଲାସା କରିଛନ୍ତି। ସାନିଆ ମିର୍ଜାଙ୍କ ଜୀବନିକୁ ନେଇ ବାୟୋପିକ୍ ହେବାକୁ ଯାଉଛି। ଯାହାକୁ ଆପଣ ପରଦାରେ ଦେଖିପାରିବେ। ଏହି ଫିଲ୍ମଟିକୁ ରାନୀ ସ୍କ୍ରୁବାଲା ନିର୍ଦ୍ଦେଶନା ଦେଉଛନ୍ତି। ସାନିଆ ତାଙ୍କର ଫ୍ୟାନ୍ସମାନଙ୍କୁ ଏହାର ସୂଚନା ଦେଇଛନ୍ତି।
ବଲିଉଡ୍ର ଫୋକସ୍ ବର୍ତ୍ତମାନ ବାୟୋପିକ୍ ଉପରେ ରହିଛି। ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହବାଲ୍ଙ୍କ ଉପରେ ମଧ୍ୟ ବାୟୋପିକ୍ ହେବାକୁ ଯାଉଛି ଏବଂ ସାଇନାଙ୍କ ଭୂମିକାରେ ଶ୍ରଦ୍ଧା କପୁର୍ ଅଭିନୟ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। କିନ୍ତୁ ସାନିଆ ମିର୍ଜାଙ୍କର ବାୟୋପିକ୍ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାର୍କାଷ୍ଟ ଫାଇନାଲ୍ ହୋଇନାହିଁ।
ସାନିଆ ଏକମାତ୍ର ଭାରତୀୟ ଖେଳାଳି ଯିଏ ଗ୍ରାଣ୍ଡସ୍ଲାମ୍ରେ ଭାରତ ପାଇଁ ୬ ଥର ଜିତି ଗୌରବ ଆଣିଥିଲେ। ସାନିଆଙ୍କର ଏହି ବାୟୋପିକ୍ରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏକ ଇଣ୍ଟରଭ୍ୟୁରେ ସାନିଆ କହିଛନ୍ତି, “ବାୟୋପିକ୍କୁ ନେଇ ଅଭିନେତା ଓ ଅଭିନେତ୍ରୀ, ଲେଖକ ଓ ନିର୍ଦ୍ଦେଶକଙ୍କ ବିଷୟରେ ଖୁବ୍ ଶୀଘ୍ର ଘୋଷଣା ହେବ। ମୁଁ ମଧ୍ୟ ଏହାକୁ ଅପେକ୍ଷା କରିଛି।”
from Odisha Reporter http://bit.ly/2E24GR7
No comments:
Post a Comment