ଦୁଃଖ ଦେଲା ଦଇବ: ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଦୁଃଖ ଦେଲା ଦଇବ: ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ:ଦୁଃଖ ଦେଲା ଦଇବ। ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି।

୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ।

ଫଳରେ ଏବେ ଗୋଡ଼ରେ ବନ୍ଧା ହୋଇ ଗୋଟିଏ ସ୍ଥାନରେ ରହୁଛନ୍ତି ଅନିଲ୍‌। ପ୍ରାୟ ବର୍ଷେ ହେଲାଣି ଗୋଡ଼ରେ ଚେନ୍‌ରେ ତାଲା ପକାଇ ଘରେ ବାନ୍ଧି ରଖାଯାଉଛି। ପୁଅର ଅଧିକ ଚିକିତ୍ସା ପାଇଁ ସାହାଯ୍ୟ ମାଗିଛନ୍ତି ବାପା ଅକ୍ଷୟ କୁମାର ପଧାନ।

ସେପଟେ ଅନିଲଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ସାହାଯ୍ୟ କରାଯିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ।



from Odisha Reporter http://bit.ly/2BtKwhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages