ପ୍ରଥମେ ଦମ୍ଭ ଦେଖାଇଲେ, ଏବେ ଆଲୋଚନା ପାଇଁ ଇମ୍ରାନଙ୍କ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ପ୍ରଥମେ ଦମ୍ଭ ଦେଖାଇଲେ, ଏବେ ଆଲୋଚନା ପାଇଁ ଇମ୍ରାନଙ୍କ ଆହ୍ୱାନ

ଇସ୍‌ଲାମାବାଦ: ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ପାଇଁ ଓକିଲାତି କରୁଥିବା ପାକିସ୍ତାନ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପ୍ରତିଶୋଧ ନେବାକୁ ଧମକ ଦେଇଥିଲା। ହେଲେ ଭାରତର ଶକ୍ତି ଆଗରେ ପ୍ରତିଶୋଧର ଦମ୍ଭ ଦେଖାଉଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣିଥରେ ଆଲୋଚନା ପାଇଁ ନୂଆଦିଲ୍ଲୀକୁ ନିମନ୍ତ୍ରଣ କରିଛନ୍ତି। ଉଭୟ ଦେଶ ପରସ୍ପରକୁ ବୁଝିବା ସହ ଆଲୋଚନା ପାଇଁ ଆଗେଇ ଆସିବା ଦରକାର ବୋଲି ଇମ୍ରାନ୍‌ ଏକ ଭିଡିଓ ବାର୍ତ୍ତା ଜରିଆରେ ଭାରତକୁ କହିଛନ୍ତି।

ଗତକାଲି ଭାରତ ବାଲାକୋଟରେ ଥିବା ଜୈଶ ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା। ଏଥିରେ ୩୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜରୁରୀ ବୈଠକ ଡାକିବା ସହ ଭାରତ ଉପରେ ପ୍ରତିଶୋଧ ନିଆଯିବ ବୋଲି କହିଥିଲେ।

ଏଥିସହ ଆଜି ମଧ୍ୟ ଆଣବିକ କମିଟି ବୈଠକ କରିଥିଲେ। ପାକ୍‌ ଯୁଦ୍ଧ ବିମାନ ଭାରତକୁ ପଠାଇ ନୂଆଦିଲ୍ଲୀକୁ ଡରାଇବାକୁ ଚେଷ୍ଟା କରିଥିଲେ। ହେଲେ ଭାରତ ଏହାର କଡ଼ା ଜବାବ ଦେବାରୁ ଇମ୍ରାନ୍‌ ପୁଣିଥରେ ଆଲୋଚନା କରିବାକୁ ଭାରତକୁ ନିମନ୍ତ୍ରଣ କରିଛନ୍ତି।

ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପାକ୍‌ ୱଜିର-ଏ-ଆଜମ ଇମ୍ରାନ କହିଛନ୍ତି, “ ଏବେ ବୁଝାମଣାର କରିଡର ଖୋଲାଯିବା ଦରକାର। ପରସ୍ପର ସହ ଆଲୋଚନା କରି ସମସ୍ତ ପ୍ରମୁଖ ସମସ୍ୟାର ସମାଧାନ କରିବା ଉଚିତ। ଆମେ ଭାରତକୁ ପୁଲୱାମା ଆକ୍ରମଣର ତଦନ୍ତରେ ପୂର୍ଣ୍ଣ ସହାୟତା ଦେବୁ ବୋଲି ପ୍ରତିଶ୍ରୁତି ଦେଉଛୁ। ପାକିସ୍ତାନ କେବେ ହେଲେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଏ ନାହିଁ।

ପାକିସ୍ତାନ ମାଟିରୁ ଆତଙ୍କବାଦ ରପ୍ତାନୀ ହେଉ ବୋଲି ଦେଶ କେବେ ଚାହେଁ ନାହିଁ। କୌଣସି ସାର୍ବଭୌମ ସରକାର ଅନ୍ୟ ଏକ ରାଷ୍ଟ୍ରର ସରକାରଙ୍କୁ ବିଚାରପତି ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଏ ନାହିଁ। ତେଣୁ ଭାରତ କୌଣସି ପ୍ରକାରର ଆକ୍ରମଣାତ୍ମକ ରୂପ ଦେଖାଇବା ଉଚିତ୍‌ ନୁହେଁ। ଭାରତ ଯଦି କୌଣସି ହରକତ କରେ, ତା’ହେଲେ ଆମେ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛୁ।”

ଇମ୍ରାନ କହିଛନ୍ତି, “ଭାରତ ଆମକୁ ଉସ୍‌କାଇବାକୁ ଚେଷ୍ଟା କରିବା ପରେ ଆମେ ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଖସାଇ ଦେଉଛୁ। ଆମ ଅପରେସନରେ କେହି ପ୍ରାଣ ହରାଇ ନାହାନ୍ତି କିମ୍ବା କୌଣସି କ୍ଷୟକ୍ଷତି ଘଟିନାହିଁ। କେବଳ ଆମର ଲକ୍ଷ୍ୟ ଥିଲା, ଯଦି ତମେ ଆମକୁ ଉସ୍‌କାଇବ, ତା’ହେଲେ ଆମେ ମଧ୍ୟ ଏହାର ଜବାବ ଦେଇପାରିବୁ।

ଯଦି ତମେ ଆମ ଦେଶରେ ପଶି ପାରିବ, ତା’ହେଲେ ଆମେ ମଧ୍ୟ ତମ ଅଞ୍ଚଳରେ ପ୍ରବେଶ କରିପାରିବାର କ୍ଷମତା ରଖିଛୁ। ତେବେ ଏଭଳି କରି ଆମେ କେଉଁ ଦିଗକୁ ଯିବା? ତେଣୁ ଏସବୁ ଛାଡ଼ି ଆଲୋଚନା କରିବା ଦରକାର।”



from Odisha Reporter https://ift.tt/2SutiWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages