ଧାନମଣ୍ଡି ଖୋଲିବାକୁ ୧୯ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ଧାନମଣ୍ଡି ଖୋଲିବାକୁ ୧୯ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୨୮ ତାରିଖ ପରେ ମଧ୍ୟ ଧାନ ମଣ୍ଡି ଖୋଲା ରହିବ। ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ କଡ଼ା ଚିଠି ଲେଖିଛନ୍ତି। ଯେଉଁ ୧୯ ଜିଲ୍ଲାରେ ଧାନ ସଂଗ୍ରହ ଲାଗି ଚିଠି କରାଯାଇଛି ସେଗୁଡ଼ିକ ହେଲା- ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼।

ଏହି ଜିଲ୍ଲା ଗୁଡ଼ିକରେ ଧାନ କିଣାରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ସେପଟେ ଚାଷୀ ବିକ୍ରି କରିବାକୁ ଚାହୁଁଥିବା ଯାଏ ଧାନ କିଣା ପ୍ରକ୍ରିୟା ଚାଲିବ। ଚାଷୀଙ୍କୁ ଟୋକନ୍‌ ଦେବାକୁ ସବୁ ପାକ୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଣ୍ଡିକୁ ଯାଇ କିଛି ଖିଲାପ ଦେଖିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ ରହିଛି।

ସେପଟେ ମଣ୍ଡିରୁ ନନେଇ ମିଲର୍ସ ସିଧା ଚାଷୀଙ୍କଠାରୁ ନେଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଲାଗ ନିର୍ଦ୍ଦେଶ ଦିଆଯାଇଛି।

ଫେବ୍ରୁଆରୀ ୨୮ ତାରିଖ ପରେ ମଣ୍ଡି ବନ୍ଦ କରିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସମଗ୍ର ରାଜ୍ୟରେ ଚାଷୀମାନେ ଆନ୍ଦୋଳନ ଓ ରାସ୍ତାରୋକ କରିଥିଲେ। ଶେଷରେ ସରକାର ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଛନ୍ତି। ୨୮ ତାରିଖ ପରେ ମଧ୍ୟ ଧାନ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।



from Odisha Reporter http://bit.ly/2X8pQ7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages