ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍ ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତା ୨୧ ତାରିଖରେ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ବିଜେପି ସମର୍ଥନ ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଜେପି ନୈତିକ ସମର୍ଥନ ଜଣାଉଛି। ଗଣତନ୍ତ୍ରରେ ମତ ରଖିବା ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ସମସ୍ତଙ୍କର ମୌଳିକ ଅଧିକାର। ବିଭିନ୍ନ ସମୟରେ ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଆସୁଥିଲେ ମଧ୍ୟ ଅଗଣତାନ୍ତ୍ରିକ ଭାବେ ସେମାନଙ୍କୁ ପୁଲିସ ମାଧ୍ୟମରେ ମାଡ଼ ମରାଇ ସହର ଭିତରକୁ ପୁରାଇ ଦିଆଯାଉନି। ଶକ୍ତି ପ୍ରୟୋଗ କରି ଚାଷୀଙ୍କ ଗଣତନ୍ତ୍ର ଆନ୍ଦୋଳନର କଣ୍ଠରୋଧ କରିବା ବଦଳରେ ସେମାନଙ୍କ ସହ ଆଲୋଚନା କରାଯିବା ବାଞ୍ଝନୀୟ ବୋଲି ଶ୍ରୀ ପଣ୍ଡା କହିବା ସହ ରାଜ୍ୟ ସରକାରଙ୍କର ଚାଷୀ ବିରୋଧୀ ଓ ଏକଛତ୍ରବାଦୀ ମାନସିକତାକୁ ବିଜେପି ବିରୋଧ କରୁଛି ବୋଲି ସ୍ପଷ୍ଟ କରିଛନ୍ତି।



from Odisha Reporter http://bit.ly/2DNp0EG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages