
ଭୁବନେଶ୍ୱର (ଓଡ଼ିଶା ରିପର୍ଟର): ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଭୋଗରାଇ ବ୍ଲକ ତଲସାରୀରେ ପହଞ୍ଚି ତାଳସାରୀ ମହୋତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ ମଧ୍ୟ ହୋଇଥିଲା। ଏଠାରେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ୪୦ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।
ଏଥି ସହିତ ସୁବର୍ଣ୍ଣରେଖାର ପନ୍ତେଠାରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ସମେତ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।
ପରେ ପୁଲିସ ପରେଡ ଗ୍ରାଉଣ୍ଡରେ ସୁବର୍ଣ୍ଣରେଖା ବନ୍ଦର, ଚାନ୍ଦିପୁର ଫିସିଂ ହାର୍ବରର ଶିଳାନ୍ୟାସ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ନବୀନ। ଏହାସହ ବିଜୁ ଯୁବବାହିନୀର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।
from Odisha Reporter http://bit.ly/2S2bBh4
No comments:
Post a Comment