ଆଇସିସି ଟେଷ୍ଟ ରାଙ୍କିଙ୍ଗ: ୫ମ ସ୍ଥାନକୁ ଖସିଲା ଇଂଲଣ୍ଡ, ହୋଇପାରେ ଆଇସିସି ପୁରସ୍କାରରୁ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ୫ମ ସ୍ଥାନକୁ ଖସିଲା ଇଂଲଣ୍ଡ, ହୋଇପାରେ ଆଇସିସି ପୁରସ୍କାରରୁ ବଞ୍ଚିତ

ସେଣ୍ଟ ଲୁସିଆ: ୱେଷ୍ଟଇଣ୍ଡିଜ୍‌ ଠାରୁ ଟେଷ୍ଟ ସିରିଜ୍‌ରେ ୨-୧ରେ ହାରିବା ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ସିରିଜ୍‌ ପରାଜୟ ପରେ ଇଂଲଣ୍ଡ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୩ୟ ସ୍ଥାନରୁ ୫ମକୁ ଖସି ଆସିଛି। ଏବେ ଇଂଲଣ୍ଡ ପାଖରେ ୧୦୪ ପଏଣ୍ଟ ରହିଛି। ତେଣୁ ଦଳ ଟପ୍‌ ୪ରୁ ବାହାରି ଯାଇଥିବାରୁ ଆଇସିସି ପକ୍ଷରୁ ମିଳିବାକୁ ଥିବା ପୁରସ୍କାରରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଏହି ସିରିଜ୍‌ ଜିତିବା ପରେ ଅଷ୍ଟ୍ରେଲିଆକୁ ୩ ପଏଣ୍ଟର ଫାଇଦା ହୋଇଥିଲା। ଏବେ ଦଳ ପାଖରେ ସମାନ ୧୦୪ ପଏଣ୍ଟ ରହିଛି। କିନ୍ତୁ ମ୍ୟାଚ୍‌ ଦୃଷ୍ଟି କୋଣରୁ ଇଂଲଣ୍ଡ ତୁଳନାରେ ଅଷ୍ଟ୍ରେଲିଆ ଆଗରେ ରହିଛି।

ସେହିପରି ନ୍ୟୁଜିଲ୍ୟାଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ଫାଫ ଡୁପ୍ଲେସିସ୍‌ଙ୍କ ଦକ୍ଷିଣ ଆଫ୍ରିକା ପାଖରେ ୧୧୦ ପଏଣ୍ଟ ରହିଛି। ଦକ୍ଷିଣ ଆଫ୍ରିକା ନିକଟରେ ପାକିସ୍ତାନକୁ ଟେଷ୍ଟ ସିରିଜ୍‌ରେ ପରାସ୍ତ କରି ଏଭଳି ସଫଳତା ପାଇଛି।

ଇଂଲଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ୍‌ ୭ ପଏଣ୍ଟ ପାଇଥିଲେ ହେଁ ସମୁଦାୟ ୭୭ ପଏଣ୍ଟ ସହ ଦଳ ପୂର୍ବଭଳି ୮ମ ସ୍ଥାନରେ ରହିଛି।

ଟେଷ୍ଟ ଟିମ୍‌ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ପୂର୍ବଭଳି ୧୧୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛି। ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ଟେଷ୍ଟ ରାଙ୍କିଙ୍ଗର ୧ ନଂ ସ୍ଥାନରେ ରହିଥିଲା। ସେଠାରେ ଦଳ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବା ପରେ ୧ ନଂ ସ୍ଥାନରେ ସୁଦୃଢ଼ ହୋଇଯାଇଥିଲା। ଅଷ୍ଟ୍ରେଲିଆ ମାଟିରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍‌ ଜିତିବାର ଇତିହାସ ମଧ୍ୟ ସୃଷ୍ଟି କରିଛି।

ନିୟମ ଅନୁଯାୟୀ, ମାର୍ଚ୍ଚ ମାସ ସୁଦ୍ଧା ଟେଷ୍ଟ ରାଙ୍କିଙ୍ଗର ଟପ୍‌ ୪ଟି ସ୍ଥାନରେ ଥିବା ଦଳଗୁଡ଼ିକୁ ଆଇସିସି ପକ୍ଷରୁ ପୁରସ୍କୃତ କରାଯାଏ। ଏବେ ଇଂଲଣ୍ଡ ୫ମ ସ୍ଥାନକୁ ଖସି ଯାଇଥିବାରୁ ଆଇସିସି ପକ୍ଷରୁ ଦଳକୁ ପୁରସ୍କାର ମିଳିବ କି ନାହିଁ, ତାକୁ ନେଇ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି।

ଯଦି ଏହି ଧାରା ଅବ୍ୟାହତ ରୁହେ, ତାହେଲେ ଭାରତକୁ ଆଇସିସି ପକ୍ଷରୁ ଏକ ମିଲିୟନ ଡଲାର ପାଇବ।



from Odisha Reporter http://bit.ly/2tkj8ha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages