ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ଏକ ଗୁଜବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ଏକ ଗୁଜବ

classtenexam

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏବେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଛି। ଚଳିତ ବର୍ଷ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ସମସ୍ତଙ୍କୁ ଚିନ୍ତିତ କରିଛି। ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ରାଜ୍ୟର କିଛି ସ୍ଥାନରେ ପ୍ରଶ୍ନପତ୍ର ମୋବାଇଲ୍‌ରେ ବୁଲୁଥିଲା। ଏହା ପରେ ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ସେହିପରି ଆଜି ହିନ୍ଦୀ ପରୀକ୍ଷା ଚାଲିଥିବା ବେଳେ ଏହାର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ଖବର ଆସିଛି। ବଲାଙ୍ଗିର ଜିଲ୍ଲାରୁ ଏହି ଖବର ଆସିଥିବା ବେଳେ ଏହାକୁ ବଲାଙ୍ଗିର ଡିଇଓ ଖଣ୍ଡନ କରିଛନ୍ତି।

ଆଜି ହିନ୍ଦୀ ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଏହାର ପ୍ରଶ୍ନପତ୍ର ମୋବାଇଲ୍‌ରେ ବୁଲୁଛି ବୋଲି ଖବର ଆସିଥିଲା। ‘ସେଟ୍‌ ଏ’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ଆଲୋଚନା ହୋଇଥିଲା। ତେବେ ବଲାଙ୍ଗିର ଡିଇଓ କାର୍ତ୍ତିକେଶ୍ୱର ଲେଙ୍କା ଏହାକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ଏହା ଏକ ଗୁଜବ। କିଛି ନିର୍ଦ୍ଦିଷ୍ଟ ଲୋକ ବଦମାସୀ କରି ଜିଲ୍ଲାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ପୁରୁଣା ପ୍ରଶ୍ନପତ୍ରକୁ ମୋବାଇଲ୍‌ରେ ଛାଡ଼ି ସେମାନେ ଜିଲ୍ଲାକୁ ବଦନାମ କରୁଛନ୍ତି।

ବୋର୍ଡ ସଭାପତି ମଧ୍ୟ କୈଛନ୍ତି ଯେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ଖବର ସଂପୂର୍ଣ୍ଣ ମିଛ।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ସଇଁତଳାରୁ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ମଧ୍ୟ ପ୍ରଚାର ହୋଇଥିଲା। ଇଂରାଜୀ ପ୍ରଶ୍ନପତ୍ରର ‘ସେଟ୍‌ ଏ’ ଭାଇରାଲ୍ ହୋଇଥିବା ନେଇ ଆଲୋଚନା ହୋଇଥିଲା। ତେବେ ପରେ ଜଣାପଡ଼ିଥିଲା ଯେ କେହି ପୁରୁଣା ପ୍ରଶ୍ନପତ୍ରକୁ ସୋଶାଲ୍ ମିଡିଆରେ ଛାଡ଼ି ଏଭଳି ସ୍ଥିତି ସୃଷ୍ଟି କରିଥିଲେ।



from Odisha Reporter https://ift.tt/2U7GMJC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages