ସିବିଆଇ ଆବେଦନରେ ବି ରହିଛି ଓଡ଼ିଶା ପ୍ରସଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ସିବିଆଇ ଆବେଦନରେ ବି ରହିଛି ଓଡ଼ିଶା ପ୍ରସଙ୍ଗ

ନୂଆଦିଲ୍ଲୀ: ସିବିଆଇ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୀବ୍ର ରୂପ ଧାରଣ କରିବା ପରେ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରିବେ। ତେବେ ସିବିଆଇ ତା’ର ଆବେଦନରେ କ’ଣ ଲେଖିଛି ଆସନ୍ତୁ ଜାଣିବା। ଏହି ଘଟଣାକୁ ସିବିଆଇ ଅଭୂତପୂର୍ବ ବୋଲି ଦର୍ଶାଇଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସିବିଆଇ କହିଛି ଯେ ୨୦୧୪ ମସିହା ଜୁନ୍‌ ୯ରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ପୁଲିସ୍‌ ଷ୍ଟେସନ୍‌ରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏଥିରେ ଶାରଦା କମ୍ପାନୀ ସହ ଅନ୍ୟ ୪୪ଟି ଚିଟଫଣ୍ଡ କମ୍ପାନୀର ନାଁ ରହିଥିଲା। ସିବିଆଇ ସେଗୁଡ଼ିକର ତଦନ୍ତ କରୁଥିବା ବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ରାଜ୍ୟ ସରକାରମାନେ କୌଣସି ସହଯୋଗ କରୁନାହାନ୍ତି।

ଏଥିରେ ଉଲ୍ଲେଖ ରହିଛି ଯେ ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଛି। କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଇଛି। ସିବିଆଇ ତାଙ୍କୁ ବାରମ୍ବାର ସମନ କରିଥିଲେ ହେଁ ରାଜୀବ କୁମାର ଏହାର ଜବାବ ଦେଇ ନଥିଲେ। ରାଜୀବ କୁମାର ଚିଟ୍‌ଫଣ୍ଡ ଘଟଣାରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କୋଲକାତା ପୁଲିସ୍‌ ସିବିଆଇ ଅଫିସକୁ ଘେରାଉ କରି ରଖିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଖୋଲାଖୋଲି ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି।

ପଶ୍ଚିମବଙ୍ଗ ପୁଲିସ୍‌ ବେଆଇନ୍‌ ଭାବେ ୨୫ ଜଣ ସିବିଆଇ ଅଫିସରଙ୍କୁ ପଣବନ୍ଦୀ କରି ରଖିଥିଲା। ରାଜ୍ୟର ସରକାର ଅଗଣତାନ୍ତ୍ରିକ ଭାବେ ଗୁଣ୍ଡାଗିରିକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଆମ ପାଖରେ ଏମିତି କିଛି ପ୍ରମାଣ ରହିଛି, ଯାହାଦ୍ୱାରା ଆମେ ବିନା ୱାରେଣ୍ଟରେ ଗିରଫ କରିପାରିବୁ ଏବଂ କୋଲକାତାର ପୁଲିସ୍‌ କମିଶନର ଏହି ଦେଶର ଆଇନ୍‌କୁ ମାନିବା ଦରକାର ବୋଲି ସିବିଆଇର ଆବେଦନରେ କୁହାଯାଇଛି।



from Odisha Reporter http://bit.ly/2Sp71he

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages