ପୁଲୱାମା: କ୍ରିକେଟ୍‌ ଦୁନିଆ ସ୍ତବ୍ଧ, ହାତରେ କଳାପଟି ବାନ୍ଧି ଖେଳିଳେ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ପୁଲୱାମା: କ୍ରିକେଟ୍‌ ଦୁନିଆ ସ୍ତବ୍ଧ, ହାତରେ କଳାପଟି ବାନ୍ଧି ଖେଳିଳେ ମ୍ୟାଚ୍‌

ନାଗପୁର: ଜମ୍ମୁ-କଶ୍ମୀର ପୁଲୱାମାଠାରେ ଗୁରୁବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସମସ୍ତେ ଏହି ଘଟଣାରେ ଗଭୀର ଭାବେ ଆଘାତ ପାଇଥିବା ବେଳେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଦାବି କରିବା ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଓ ହୃଦୟଥରା ଘଟଣାର ପ୍ରଭାବ କ୍ରିକେଟ୍‌ ଜଗତ ଉପରେ ମଧ୍ୟ ପଡ଼ିଛି। ସବୁ କ୍ରିକେଟର ସହିଦ ଯବାନଙ୍କ ବଳିଦାନ ଆତ୍ମାର ସଦଗତି କାମନା କରିବା ସହ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି।

ସେହିପରି ବିଦର୍ଭ ଓ ଅବଶିଷ୍ଟ ଭାରତ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଦୁଇ ଦଳର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଏଥିସହ ସମସ୍ତ ଖେଳାଳି ପଡ଼ିଆ ମଝିରେ ଯବାନଙ୍କ ସମ୍ମାନର୍ଥେ ଶୋକ ମଧ୍ୟ ବ୍ୟକ୍ତ କରିଥିଲେ। ଯବାନଙ୍କ ବଳିଦାନ ପାଇଁ ପଡ଼ିଆରେ ଥିବା ଦୁଇ ଅମ୍ପାୟାର ନନ୍ଦନ ଓ ନୀତୀନ ମେନନ୍‌ ମଧ୍ୟ ହାତରେ କଳା ପଟି ପରିଧାନ କରିଥିଲେ।

ଏମାନଙ୍କ ବ୍ୟତୀତ ଟ୍ୱିଟର ଜରିଆରେ ବିରାଟ୍‌ କୋହଲି, ବୀରେନ୍ଦ୍ର ସେହୱାଗ, ହରଭଜନ ସିଂହ, ଭିଭିଏସ୍‌ ଲକ୍ଷ୍ମଣ, ସାନିଆ ମିର୍ଜା, ସାଇନା ନେହ୍ୱାଲ, ବୀଜେନ୍ଦର ସିଂହ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି।



from Odisha Reporter http://bit.ly/2SQFu8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages