ୱିକେଟ୍‌ ପଛରେ ଧୋନି କରିଥିବା କମାଲର ଝଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ୱିକେଟ୍‌ ପଛରେ ଧୋନି କରିଥିବା କମାଲର ଝଲକ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନେକ କମାଲ ଦେଖାଇଛନ୍ତି। ତେବେ ବେଳେ ବେଳେ ଧୋନି ଏମିତି ନିଜ ହାତର ଯାଦୁ ଦେଖାନ୍ତି ଯାହା ଟିମ୍‌ ଇଣ୍ଡିଆ ପାଇଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥାଏ।

ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ମ ଦିନିକିଆରେ ଧୋନି ୱିକେଟ୍‌ ପଛରେ ଜେମ୍ସ ନୀଶମଙ୍କୁ ରନ୍‌ ଆଉଟ୍‌ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେବଳ ଗତକାଲି ନୁହେଁ, ଅନେକ ଥର ଧୋନି ମିଜର କରିସ୍ମା ଦେଖାଇଛନ୍ତି।

ସେହିଭଳି ଚମତ୍କାରିତା ମଧ୍ୟରୁ କିଛି :

୧: ଜିମି ନୀଶମଙ୍କ ରନ୍‌ ଆଉଟ୍‌(ନ୍ୟୁଜିଲ୍ୟାଣ୍ଡ, ୨୦୧୯)

ଜିମି ନୀଶମ ଏହି ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାରୁ ତାଉ ମଧ୍ୟ ଦେଖାଇଥିଲେ। କାରଣ ସେ ଆଉଟ୍‌ ହେବା ପୂର୍ବରୁ ଭୁବେନଶ୍ୱର କୁମାର, ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିଟି ଓଭର୍‌ରେ ଚୌକା ଓ ଛକା ମାରିଥିଲେ।

୨ ଓଭର୍‌ରେ ନୀଶମ ୨୩ ରନ୍‌ ହାସଲ କରିଥିଲେ। ତେବେ ଏହି ସମୟରେ କେଦାର ଯାଦବ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ବଲ୍‌ରେ ମଧ୍ୟ ସେ ବଡ଼ ଶଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ। ୩୭ତମ ଓଭର୍‌ର ଦ୍ୱିତୀୟ ବଲ୍‌ରେ କେଦାର ଏଲବିଡବ୍ଲ୍ୟୁ ଅପିଲ କରିଥିଲେ। ଧୋନି ମଧ୍ୟ ଅପିଲ କରିଥିଲେ। ହେଲେ ନୀଶମ ଏହି ଅପିଲରେ ହଡ଼ବଡ଼େଇ ଯିବା ସହ କ୍ରିଜ୍‌ ବାହାରକୁ ଚାଲିଯାଇଥିଲେ।

ମାତ୍ର କେଇ ସେକେଣ୍ଡ ମଧ୍ୟରେ ଧୋନି ବେଶ ଚତୁରତାର ସହ ନୀଶମଙ୍କୁ ରନ୍‌ ଆଉଟ୍‌ କରିଦେଇଥିଲେ। ଏହି ୱିକେଟ୍‌ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଆଶା ମଉଳି ଯାଇଥିଲା।

୨: ଶଵୀର ରେହମାନଙ୍କ ଷ୍ଟମ୍ପିଂ(ଭାରତ ବନାମ ବାଂଲାଦେଶ, ୨୦୧୬ ଟି-୨୦ ବିଶ୍ୱକପ୍‌)

ମ୍ୟାଚ୍‌ର ୧୦ମ ଓଭର୍‌ ପୂର୍ବରୁ ବାଂଲାଦେଶ ବ୍ୟାଟସ୍‌ମ୍ୟାନ୍‌ ଶଵୀର ରେହମାନ ଭାରତୀୟ ବୋଲରଙ୍କୁ ପ୍ରହାର କରି ଗୋଟିଏ ପରେ ଗୋଟିଏ ବାଉଣ୍ଡରୀ ହାସଲ କରୁଥିଲେ। ମାତ୍ର ୧୫ଟି ବଲ୍‌ରେ ୨୬ ରନ୍‌ କରିବା ସହ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ତେବେ ୧୦ମ ଓଭର୍‌ରେ ସୁରେଶ ରାଇନାଙ୍କ ବଲ୍‌କୁ ଫ୍ଲିକ୍‌ କରିବାକୁ ଯାଇ ସବିର ନିଜର ସନ୍ତୁଳନ ହରାଇଥିଲେ। ସେ କ୍ରିଜ୍‌ ଭିତରେ ରହିଥିଲେ ମଧ୍ୟ ତାଙ୍କ ଗୋଡ଼ ଏୟାରରେ ଥିଲା। ଏହାର ଫାଇଦା ନେଇ ଧୋନି ମାତ୍ର ଏକ ମାଇକ୍ରୋ ସେକେଣ୍ଡରେ ତାଙ୍କୁ ଷ୍ଟମ୍ପିଂ କରିଦେଇଥିଲେ।

୩: ଇଆନ୍‌ ବେଲଙ୍କ ଷ୍ଟମ୍ପିଂ(୨୦୧୩ ଚାମ୍ପିୟନସ ଟ୍ରଫି ଫାଇନାଲ)

ଇଂଲଣ୍ଡ ଓ ଭାରତ ମଧ୍ୟରେ ୨୦୧୩ ଚାମ୍ପିୟନସ ଟ୍ରଫି ଫାଇନାଲ୍‌ ଖେଳା ଯାଇଥିଲା। ବର୍ଷା ଯୋଗୁ ଇଂଲଣ୍ଡକୁ ୨୦ ଓଭର୍‌ରେ ୧୩୦ ରନ୍‌ର ଟାର୍ଗେଟ ମିଳିଥିଲା। ଇଂଲଣ୍ଡର ଟପ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ ଇଆନ୍‌ ବେଲ୍‌ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେ ୧୫ଟି ବଲ୍‌ରେ ୧୩ ରନ୍‌ କରି ବ୍ୟାଟିଂ କରୁଥିଲେ। ତେବେ ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ୍‌ରେ ବେଲ୍‌ ସନ୍ତୁଳନ ହରାଇ ନିଜର ଡାହାଣ ଗୋଡ଼ କ୍ରିଜ୍‌ ବାହାରକୁ ନେଇ ଯାଇଥିଲେ। ଆଖି ପିଛୁଳାକେ ଧୋନି ବେଶ ଚତୁରତାର ସହ ବେଲ୍‌ଙ୍କୁ ଷ୍ଟମ୍ପିଂ କରିଦେଇଥିଲେ। ବେଲଙ୍କ ପରେ କୌଣସି ଇଂଲଣ୍ଡ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନଥିଲେ।

୪: ମୁସ୍ତାଫିଜୁର ରେହମନଙ୍କ ରନ୍‌ ଆଉଟ୍‌ (୨୦୧୬ ବିଶ୍ୱକପ୍‌ ଟି-୨୦)

ବାଂଲାଦେଶ ମ୍ୟାଚ୍‌ ଜିତିବାକୁ ଶେଷ ଓଭର୍‌ରେ ୧୧ ରନ୍‌ ଆବଶ୍ୟକ କରୁଥିଲା। ମୁସଫିକର ରହିମ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ଚୌକା ମାରି ମ୍ୟାଚ୍‌ଟିକୁ ବାଂଲାଦେଶ ସପକ୍ଷରେ ପ୍ରାୟ ଆଣି ଦେଇଥିଲେ। ୩ଟି ବଲ୍‌ରେ ବାଂଲାଦେଶକୁ ଦୁଇ ରନ୍‌ ଦରକାର ଥିଲା। ତେବେ ପାଣ୍ଡ୍ୟା ଦୁଇଟି ବଲ୍‌ରେ ରହିମ ଓ ମାମୁଦୁଲ୍ଲାଙ୍କୁ ଆଉଟ୍‌ କରିଥିଲେ।

ଶେଷ ବଲ୍‌ରେ ବାଂଲାଦେଶକୁ ୨ ରନ୍‌ ଦରକାର ଥିବା ବେଳେ ଶୁଭାଗତ ହୋମ ଷ୍ଟ୍ରାଇକ୍‌ କରିଥିଲେ। ପାଣ୍ଡ୍ୟାଙ୍କ ବଲ ତାଙ୍କ ବ୍ୟାଟ୍‌ରେ ବାଜି ନଥିଲା। କିନ୍ତୁ ସେ ରନ୍‌ ନେବାକୁ ଦୌଡ଼ିଥିଲେ। ନନ୍‌ ଷ୍ଟ୍ରାଇକ୍‌ରେ ଥିବା ମୁସ୍ତାଫିଜୁର ମଧ୍ୟ ରନ୍‌ ପୂରଣ କରିବାକୁ ଚାହିଁଥିଲେ। ହେଲେ ଧୋନି ବଲ୍‌ଟିକୁ ଥ୍ରୋ ନ କରି ଦୌଡ଼ିଦୌଡ଼ି ଆସି ୱିକେଟ୍‌ରେ ଲଗାଇ ଦେଇଥିଲେ। ଶେଷରେ ମୁସ୍ତାଫିଜୁର ଆଉଟ୍‌ ହେବା ସହ ଭାରତ ମ୍ୟାଚ୍‌ ଜିତିଥିଲା।



from Odisha Reporter http://bit.ly/2RB0ueU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages