ଭୂତ ଭୟ ଯୋଗୁ ସ୍କୁଲ ଆସୁନାହାନ୍ତି ପିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଭୂତ ଭୟ ଯୋଗୁ ସ୍କୁଲ ଆସୁନାହାନ୍ତି ପିଲା!

ମୋହନା (ମିହିର ଜତି): ସ୍କୁଲରେ ଭୂତ ମାତିଛି! ଯେଉଁଥିପାଇଁ ପିଲାମାନେ ମୂର୍ଚ୍ଛା ଯିବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ସେଥିପାଇଁ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି।

ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠରେ ପାଖାପାଖି ୨୦୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ଗତ ଶୁକ୍ରବାର ପିଲାମାନଙ୍କର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ପିଲା ମୂର୍ଚ୍ଛା ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପର ଦିନ ଅର୍ଥାତ ଶନିବାର ୪ରୁ ୫ ଜଣ ପିଲା ପ୍ରାର୍ଥନା କରୁଥିବା ବେଳେ ଠିକ୍‌ ସେମିତି ମୂର୍ଚ୍ଛା ଯାଇଥିଲେ। ସ୍କୁଲ ଛୁଟି ହେବା ପରେ ଘରେ ପହଞ୍ଚି ଆହୁରି ୧୦ରୁ ୧୨ ଜଣ ପିଲା ମୂର୍ଚ୍ଛା ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଚେତା ଫେରିଥିଲା। ତା’ପରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଏବେବି ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସ୍କୁଲରେ ଭୂତ ଥିବାରୁ ପିଲାମାନେ ମୂର୍ଚ୍ଛା ଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି।

ସ୍କୁଲରେ ଭୂତ ଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ପଠାଉ ନାହାନ୍ତି। ଆଜି ସୋମବାର ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିଲେ। ସ୍କୁଲ ଏକ ପ୍ରକାର ଖାଲି ଖାଲି ଲାଗୁଥିଲା। ଝାଡ଼ାବାନ୍ତି ଛାଡ଼ୁନଥିବାରୁ ପିଲାମାନଙ୍କୁ ତାଙ୍କ ଅଭିଭାବକମାନେ ଘରେ ଗୁଣିଆ ମାଧ୍ୟମରେ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି। ଏପରିକି ସ୍କୁଲରେ ପିଲାମାନଙ୍କୁ ଝଡ଼ାଫୁଙ୍କା କରାଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏହାକୁ ପ୍ରଧାନଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି।



from Odisha Reporter http://bit.ly/2Bld7Fo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages