ରବିଶଙ୍କରଙ୍କୁ ମିଳିବ ‘ଜୟଦେବ ସମ୍ମାନ’: ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା, ସନମୀରା ଶ୍ରେଷ୍ଠ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ରବିଶଙ୍କରଙ୍କୁ ମିଳିବ ‘ଜୟଦେବ ସମ୍ମାନ’: ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା, ସନମୀରା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି।

‘ହେଲୋ ଆରସି’ ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ପୁରସ୍କୃତ ହେବେ।

ଅନ୍ୟପକ୍ଷରେ ‘ଲୈଲା ଓ ଲୈଲ’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି।  ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’ ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସେହିପରି ‘ନୂଆବୋହୂର’ ଜଗଜିତ ପାଲ୍ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବେ।



from Odisha Reporter https://ift.tt/2NxOZo8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages