
ତେଲେଙ୍ଗାନା: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ପରିବାର ପ୍ରତି ସାରା ଦେଶରୁ ଛୁଟୁଛି ସମବେଦନାର ସୁଅ। ନିକଟରେ ବିହାରର ଶେଖପୁରାର ଡିଏମ୍ ଇନାୟତ୍ ଖାନ୍ ସିଆର୍ପିଏଫ୍ ଯବାନଙ୍କ ଦୁଇଟି ଝିଅକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ପ୍ରବାସୀ ଭାରତୀୟ ବିବେକ ପଟେଲ ଆମେରିକାରେ ରହି ଯବାନଙ୍କ ପରିବାରକୁ ୬ କୋଟି ଟଙ୍କା ଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି ଶିବଶଙ୍କର ରାଓଙ୍କ ବିଚାର ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ଭିନ୍ନ ଢ଼ଙ୍ଗରେ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି। ଜଣେ ଠକେଇ ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ଜଷ୍ଟିସ୍ ରାଓ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁସାରେ ଜାମିନ ପାଇବାକୁ ହେଲେ ଅଭିଯୁକ୍ତଙ୍କୁ ସୈନିକ ୱେଲଫେୟାର୍ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦାନ କରିବାକୁ ପଡ଼ିବ ବୋଲି ସେ କହିଥିଲେ।
ଅଭିଯୋଗ ଅନୁସାରେ, ସନ୍ ପରିବାର ଗ୍ରୁପ ଅଫ୍ କମ୍ପାନିଜ୍ ନାମକ ଏକ ସଂସ୍ଥା ୧୪୦୦୦ ଜମାକାରୀଙ୍କ ଠାରୁ ପାଖାପାଖି ୧୫୦ କୋଟି ଟଙ୍କା ଠକି ନେଇଥିଲା। ଏହି ଅଭିଯୋଗରେ କମ୍ପାନୀର ସିଇଓ ମେଥୁକୁ ରବିନ୍ଦର ଓ ତାଙ୍କ ସହଯୋଗୀଙ୍କୁ ଡିସେମ୍ୱର ୨୦୧୮ରେ ଗିରଫ କରାଯାଇଥିଲା।
ଏ ନେଇ ସିଇଓ ଓ ତାଙ୍କ ସହଯୋଗୀ ନିମ୍ନ ଅଦାଲତର ଦ୍ୱାରସ୍ଥ ହାଇଥିଲେ। ନିମ୍ନ ଅଦାଲତ ଉଭୟଙ୍କୁ ଏହି ସର୍ତ୍ତରେ ଜାମିନ୍ ଦେଇଥିଲେ ଯେ, ଯାଞ୍ଚ ସମୟରେ ସେମାନେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ। କିନ୍ତୁ ଉକ୍ତ କମ୍ପାନୀ ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିନଥିଲା। ଫଳରେ ଅଦାଲତ କମ୍ପାନୀର ଜାମିନ ନାମଞ୍ଜୁର କରି ଦେଇଥିଲେ।
ଏହାପରେ ଜାମିନ ପାଇଁ ଅଧକାସରୀ ଦ୍ୱୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରାଓ ଉଭୟଙ୍କ ଜାମିନ ପାଇଁ ଏପରି ଏକ ସର୍ତ୍ତ ରଖିଥଲେ। ବିଚାରପତିଙ୍କର ଏହି ନ୍ୟାୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
from Odisha Reporter https://ift.tt/2BRPjJK
No comments:
Post a Comment