
ଗୌହାଟୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ମହିଳା ଏକକ ବର୍ଗରେ ଜାତୀୟ ବ୍ୟାଡମିଣ୍ଟନ୍ ଟାଇଟଲ ଜିତିଛନ୍ତି ସାଇନା ନେହ୍ୱାଲ। ସେ ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅଲିମ୍ପିକ୍ସ ରୌପ୍ୟ ପଦବ ବିଜେତା ତଥା ଭାରତର ଅନ୍ୟତମ ଷ୍ଟାର ଶଟଲର ପିଭି ସିନ୍ଧୁଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଗତଥର ଜାତୀୟ ଚାମ୍ପିୟନଶିପ୍ରେ ମଧ୍ୟ ସିନ୍ଧୁଙ୍କୁ ପରାସ୍ତ କରି ସାଇନା ବିଜୟୀ ହୋଇଥିଲେ।
ଆଜି ଫାଇନାଲ୍ ମ୍ୟାଚ୍ଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ତେବେ ସାଇନା ନିଜର ଅଭିଜ୍ଞତାର ସଦୁପଯୋଗ କରି ସିନ୍ଧୁଙ୍କୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ପ୍ରଥମେ ସେଟ୍କୁ ସାଇନା ୨୧-୧୮ରେ ଜିତି ନେଇଥିଲେ। ଏହାପରେ ଦ୍ୱିତୀୟ ସେଟ୍ରେ ସିନ୍ଧୁ କମ୍ବ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ହେଁ ସାଇନା ଏପରି ହେବାକୁ ଦେଇ ନଥିଲେ। ଏହି ସେଟ୍କୁ ୨୧-୧୫ରେ ଜିତି ସାଇନା ମ୍ୟାଚ ଜିତିବା ସହିତ ଚାମ୍ପିୟନ ଆଖ୍ୟା ବଜାୟ ରଖିପାରିଥିଲେ।
ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ସୌରଭ ବର୍ମା ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲ୍ ମୁକାବିଲାରେ ଲକ୍ଷ୍ୟ ସେନଙ୍କୁ ସିଧାସଳଖ ୨୧-୧୮ ଓ ୨୧-୧୩ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।
ପୁରୁଷ ଡବଲ୍ରେ ପ୍ରଣବ ଜେରୀ ଚୋପ୍ରା ଓ ଚିରାଗ ସେଟ୍ଟୀ ଚାମ୍ପିୟନ ହୋଇଛନ୍ତି। ଏହି ଯୋଡ଼ି ଶ୍ଳୋକ ରାମଚନ୍ଦ୍ରନ ଓ ଏମଆର ଅର୍ଜୁନଙ୍କୁ ୨୧-୧୩ ଏବଂ ୨୨-୨୦ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି।
from Odisha Reporter http://bit.ly/2GuDmh0
No comments:
Post a Comment