
ନୂଆଦିଲ୍ଲୀ: ସରକାର ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ଚାହୁଁଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ୬ଟି ବିମାନବନ୍ଦରରୁ ୫ଟିର ଦାୟିତ୍ୱ ଆଦାନୀ ଗ୍ରୁପ୍ ପାଇଛି। ବିମାନବନ୍ଦରର ଦାୟିତ୍ୱ ନେବା ପାଇଁ ବିଭିନ୍ନ ଘରୋଇ କମ୍ପାନୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ତେବେ ଏଥିରେ ଆଦାନୀ ଗ୍ରୁପ୍ ସବୁଠାରୁ ଅଧିକ ବିଡ୍ ଦାଖଲ କରିଥିବାରୁ, ଉକ୍ତ କମ୍ପାନୀକୁ ୫ଟି ବିମାନବନ୍ଦର ଦାୟିତ୍ୱ ମିଳିଥିବା ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ) ପକ୍ଷରୁ କୁହାଯାଇଛି।
ଏଏଆଇ ପକ୍ଷରୁ କୁହାଯାଇଛି ଯେ ଆଦାନୀ ଗ୍ରୁପ୍ ଅହମଦାବାଦ, ଥିରୁଭନନ୍ତପୁରମ,ଲକ୍ଷ୍ନୌ, ମେଙ୍ଗାଲୁରୁ ଓ ଜୟପୁର ବିମାନବନ୍ଦର ଦାୟିତ୍ୱ ନେବାକୁ ସବୁଠାରୁ ଅଧିକ ବିଡ୍ ଲଗାଇଥିଲା। ମଙ୍ଗଳବାର ଗୁଆହାଟୀ ବିମାନବନ୍ଦର ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ।”
ଏଏଆଇ “ମାସିକ ପ୍ରି ପ୍ୟାସେଞ୍ଜର ଫି’କୁ ଆଧାର କରି ଆଦାନୀ ଗ୍ରୁପ୍ ବିମାନବନ୍ଦର ଦାୟିତ୍ୱ ଦେଇଛି। ଏବେ ଆବଶ୍ୟକ କାଗଜପତ୍ର ପରେ ଆଦାନୀ ଗ୍ରୁପ୍କୁ ବିମାନବନ୍ଦର ଦାୟିତ୍ୱ ହସ୍ତାନ୍ତର କରାଯିବ। ଗତବର୍ଷ ନଭେମ୍ବରରେ ସରକାର ପିପିପି ମୋଡରେ ୬ଟି ବିମାନବନ୍ଦର ଦାୟିତ୍ୱ ସମ୍ପାଦନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
from Odisha Reporter https://ift.tt/2XmGXCZ
No comments:
Post a Comment