
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତି ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ କେତେକ ସ୍ଥାନରେ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ସଞ୍ଜ ପୂର୍ବରୁ ଘରକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।
ଆଜି ରାତି ମଧ୍ୟରେ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଂଜ, ବାଲେଶ୍ୱର, ଦେବଗଡ଼, ଯାଜପୁର, ଭଦ୍ରକ, ଅନୁଗୋଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ଼, ଖୋର୍ଦ୍ଧା, ନୟାଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା। ଏପରିକି ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।
ସୂଚନାରୁ ପ୍ରକାଶ, ଆଜି ସକାଳେ ଉତ୍ତର ଓଡ଼ିଶା ସମେତ ରାଜ୍ୟର କେତେକ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ପରେ ବର୍ଷା ମଧ୍ୟ ହୋଇଥିଲା। ଦିନ ବେଳେ ଲାଗି ରହିଥିବା ଗୁଳୁଗୁଳିରୁ ସାମାନ୍ୟ ମୁକ୍ତି ମିଳିଥିଲା।
ସେହିପରି ଗତକାଲି ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ଏହାର ପ୍ରଭାବ ଖଣ୍ଡଗିରି ମେଳାରେ ପଡ଼ିଥିଲା। ଲୋକେ ଶୀଘ୍ର ଶୀଘ୍ର ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2GFQ7oU
No comments:
Post a Comment