
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ‘‘ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ୍ ଏଡିଟର’’ ନାମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଇଆଇଏମ୍ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ ଓ କୋଲକାତା ପ୍ରେସ୍ କ୍ଲବ୍ ସଭାପତି ସ୍ନେହାଶିଷ ସୁରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକକୁ ଭୁବନେଶ୍ୱର ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାରେ ଉନ୍ମୋଚନ କରାଯାଇଛି।
ଏଥିରେ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ବର୍ଣ୍ଣନା କରାଯାଇଛି। ଗାନ୍ଧିଜୀଙ୍କ ଅଣନାତି ତୁଷାର ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ଲେଖକଙ୍କ ଲେଖା ଏଥିରେ ସ୍ଥାନ ପାଇଛି।
from Odisha Reporter http://bit.ly/2TYUK0o
No comments:
Post a Comment