ଯୁବରାଜଙ୍କ ରିଭର୍ସ ସୁଇପ୍‌ରେ ଛକ୍କାର ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଯୁବରାଜଙ୍କ ରିଭର୍ସ ସୁଇପ୍‌ରେ ଛକ୍କାର ଭିଡିଓ ଭାଇରାଲ

ମାଲେ: ଖରାପ ଫର୍ମ ପାଇଁ ଟିମ୍‌ ଇଣ୍ଡିଆ ବାହାରେ ରହୁଥିବା ଯୁବରାଜ ସିଂହ ଏବେ ଘରୋଇ କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ମାଳଦ୍ୱୀପ ବିପକ୍ଷରେ ଖେଳୁଥିବା ଯୁବରାଜ ରିଭର୍ସ ସୁଇପ୍‌ରେ ଏକ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାଲେର ଇକୁଭେନି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ସିରିଜ୍‌ ଚାଲିଛି। ଏହାକୁ ମାଳଦ୍ୱୀପ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ହାଇକମିଶନ ଓ ମାଳଦ୍ୱୀପ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଆୟୋଜନ କରାଯାଉଛି। ଏହି ସିରିଜ୍‌ରେ ଯୁବରାଜ ଏୟାର ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି।

ଏହି ମ୍ୟାଚ୍‌ରେ ମାଳଦ୍ୱୀପର ଜଣେ ବୋଲରଙ୍କ ବଲ୍‌କୁ ଯୁବରାଜ ବେଶ ଆରାମରେ ରିଭର୍ସ ସୁଇପ୍‌ରେ ବାଉଣ୍ଡରୀ ଆରପଟକୁ ପଠାଇ ଦେଇଥିଲେ।

ଯୁବରାଜ ଆଇପିଏଲ୍ ପୂର୍ବରୁ ଏଭଳି ଆକ୍ରମଣାତ୍ମାକ ରୂପ ଦେଖାଇଥିବାରୁ ସେ ଏଥର ଟୁର୍ଣ୍ଣାମେଣ୍ଟରେ ଭଲ କରିବେ ବୋଲି ସମସ୍ତେ ଆଶା କରୁଛନ୍ତି। ଆଇପିଏଲ୍‌ ପାଇଁ ଯୁବରାଜଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ଟଙ୍କାରେ କିଣିଛି।



from Odisha Reporter http://bit.ly/2BJ2RqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages