ବଦଳିଗଲା ଭାରତ -ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଭେନ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ବଦଳିଗଲା ଭାରତ -ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଭେନ୍ୟୁ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁରୁ ବିଶାଖାପଟନମ୍‌କୁ ସ୍ଥାନାନ୍ତର ହୋଇଛି। ଫେବୃଆରୀ ୨୪ରେ ବିଶାଖାପାଟନମରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବା ପରେ ଫେବୃଆରୀ ୨୭ରେ ବେଙ୍ଗାଲୁରୁରେ ଦ୍ୱିତୀୟ ମ୍ୟାଚ୍‌ ହେବ।

ଏରୋଇଣ୍ଡିଆ ଶୋ’ ପାଇଁ କର୍ଣ୍ଣାଟକା ପୁଲିସ୍‌ ଫୋର୍ସ ଦୁଇ ଟିମ୍‌କୁ ଫେବୃଆରୀରେ ୨୪ରେ ଉପଯୁକ୍ତ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି କହିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ(କେଏସ୍‌ସିଏ) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଏରୋ ଇଣ୍ଡିଆ ଶୋ’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକା ଯିବେ। ତାଙ୍କ ସୁରକ୍ଷା ପାଇଁ ପୁଲିସ୍‌ ଫୋର୍ସ ନିୟୋଜିତ ହେବ। ତେଣୁ ଏହି ସମୟରେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ପୁଲିସ୍‌ ପ୍ରଶାସନ କହିଥିବା କେଏସ୍‌ସିଏ କହିଛି।

କେଏସ୍‌ସିଏ ଓ ଆନ୍ଧ୍ର କ୍ରିକେଟ୍‌ ଆସୋସିଏସନ୍‌(ଏସିଏ) ପରସ୍ପରକୁ ଚିଠି ଦେଇ ଏସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ପରସ୍ପର ମଧ୍ୟରେ ଆଲୋଚନା ପରେ ମ୍ୟାଚ୍‌ର ସ୍ଥାନକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଫେବୃଆରୀ ୨୪ରେ ବେଙ୍ଗାଲୁରୁ ଓ ୨୭ରେ ବିଶାଖାପାଟନ୍‌ମରେ ଟି-୨୦ ମ୍ୟାଚ୍‌ ହେବାର ଥିଲା।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୪ରୁ ମ୍ୟାଚ୍‌ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଏହି ଗସ୍ତ ସମୟରେ ୨ଟି ଟ୍ୱେଣ୍ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୪ରେ ବିଶାଖାପଟନମ୍‌ରେ ଖେଳାଯିବ। ସେହିପରି ଦ୍ୱିତୀୟ ଟି-୨୦ ଫେବୃଆରୀ ୨୭ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ମାର୍ଚ୍ଚ ୨ରୁ ୧୩ ଯାଏ ୫ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ। ମାର୍ଚ୍ଚ ୨ରେ ହାଇଦ୍ରାବାଦ, ୫ରେ ନାଗପୁର, ୮ରେ ରାଞ୍ଚି, ୧୦ରେ ମୋହାଲି ଓ ଶେଷ ଦିନିକିଆଟି ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୭ରେ ଭାରତ ଗସ୍ତରେ ଆସି ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିଥିଲା। ଭାରତ ୪-୧ରେ ଦିନିକିଆ ସିରିଜ୍‌କୁ ଜିତିଥିବା ବେଳେ ଟି-୨୦ ସିରିଜ୍‌ ୧-୧ରେ ଡ୍ର ରହିଥିଲା।



from Odisha Reporter http://bit.ly/2MQ2grO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages