ଭାରତର ସୀମା ପାର ଅଭିଯାନକୁ ଆମେରିକାର ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଭାରତର ସୀମା ପାର ଅଭିଯାନକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ: ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ନିର୍ଣ୍ଣାୟକ ଅଭିଯାନକୁ ଏବେ ଆମେରିକାର ସମର୍ଥନ ମିଳିଛି। ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଗୁଡ଼ିକ ଉପରେ ଭାରତ ବାରମ୍ବାର ସୀମା ପାର ଅପରେସନ୍‌ କରୁଥିବାରୁ ଏହାକୁ ଆମେରିକା ପ୍ରଶଂସା କରିଛି।

ଏଥିସହ ଭାରତର ଏହି ସୀମା ପାର ଅପରେସନ୍‌କୁ ପାକିସ୍ତାନ ପୂର୍ଣ୍ଣ ସମର୍ଥନ ଯୋଗାଇବ ବୋଲି ମଧ୍ୟ କହିଛି। ଯଦି ଆମେରିକା ସମର୍ଥନ କରେ, ତା’ହେଲେ ଏବେ ପାକିସ୍ତାନ ଉପରେ ଡବଲ ଆଟାକ ହେବା ନିଶ୍ଚିତ। ଭାରତ ଓ ଆମେରିକା ମିଳିତ ଭାବେ ପାକ୍‌ରେ ପଶି ସେଠାରେ ସକ୍ରିୟ ଜୈଶ ଓ ଲସ୍କର ଭଳି ସଂଗଠନକୁ ଦମନ କରିବାର ସମ୍ଭାବନା ରହିଛି।

ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପେୟୋ ଆଜି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଫୋନ୍‌ କରିଥିଲେ। ଏହି ସମୟରେ ପୋମ୍ପେୟୋ ଭାରତ କରୁଥିବା ସୀମା ପାର ଅପରେସନକୁ ଆମେରିକା ସମର୍ଥନ କରୁଛି ବୋଲି କହିଥିଲେ। ଡୋଭାଲ ଓ ପୋମ୍ପେୟୋଙ୍କ ମଧ୍ୟରେ ଦୀର୍ଘ ୨୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା।

ଏହି ସମୟରେ ପୋମ୍ପେୟୋ କହିଥିଲେ ଯେ ପୁଲୱାମା ଆକ୍ରମଣରେ ଯେଉଁ ଭଳି ସୀମା ପାର ଆତଙ୍କବାଦୀଙ୍କ ହାତ ରହିଥିଲା, ତାହା ନିଶ୍ଚିତ ଭାବେ ସମଗ୍ର ବିଶ୍ୱ ପାଇଁ ଉଦବେଗର ବିଷୟ। ତେଣୁ ଆତଙ୍କବାଦକୁ ଦମନ କରିବା ପାଇଁ ସୀମା ପାର ଅପରେସନ ଆବଶ୍ୟକ ବୋଲି ପୋମ୍ପେୟୋ କହିଥିବା ଜଣାପଡ଼ିଛି।

ଭାରତର ସୀମା ପାର ଅପରେସନ୍‌ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ କେବଳ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଡୋଭାଲ ପୋମ୍ପେୟୋଙ୍କୁ କହିଛନ୍ତି। ଏହାପରେ ସେ ଭାରତକୁ ସୀମା ପାର ଅପରେସନ୍‌ରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି।



from Odisha Reporter https://ift.tt/2Ua3wIY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages