ରପ୍ତାନୀ ବଢ଼ିଲେ ଭାରତରେ ନିଯୁକ୍ତି ଏବଂ ଦରମା ବଢ଼ିବ: ଆଇଏଲ୍‌ଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ରପ୍ତାନୀ ବଢ଼ିଲେ ଭାରତରେ ନିଯୁକ୍ତି ଏବଂ ଦରମା ବଢ଼ିବ: ଆଇଏଲ୍‌ଓ

ନୂଆଦିଲ୍ଲୀ: ଭାରତରେ ରପ୍ତାନୀର ପରିମାଣ ବଢ଼ିଲେ ଯାଇ ଭଲ ନିଯୁକ୍ତି ସହିତ ଅଧିକ ଦରମା ମିଳିପାରିବ ବୋଲି ୱାର୍ଲ୍ଡ ବ୍ୟାଙ୍କ- ଆଇଏଲ୍‌ଓର ମିଳିତ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, ବିଭିନ୍ନ ଗୋଷ୍ଠୀର ଶ୍ରମିକମାନଙ୍କୁ କୌଶଳ ତାଲିମ ଏବଂ ରପ୍ତାନୀର ଲାଭାଂଶ ଯେଭଳି ସମାଜରେ ବିସ୍ତୃତ ଭାବରେ ପହଞ୍ଚି ପାରିବ ତାହା ଶ୍ରମ ବଜାର ନୀତିରେ ନିଶ୍ଚିତ ହେବାର ଆବଶ୍ୟକତା ରହିଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ରପ୍ତାନୀ ବଢ଼ାଇଲେ ଏହା ହାରାହାରି ଦରମା ବୃଦ୍ଧିରେ ସହାୟକ ହେବ। ଏଥିରେ ସବୁଠାରୁ ଅଧିକ ଫାଇଦା ପାଇବେ ଅଧିକ କୁଶଳୀ, ସହରୀ, ଅଧିକ ଅନୁଭୂତି ସମ୍ପନ୍ନ ଏବଂ ବିଶେଷ କରି ପୁରୁଷ ଶ୍ରମିକ। ଯେଉମାନେ କମ୍‌ କୁଶଳୀ, ସେମାନେ ଅଧିକ ସଂଖ୍ୟାରେ ନିୟମିତ ନିଯୁକ୍ତି ପାଇପାରିବେ।

୨୦୧୭ ମସିହାରେ ଭାରତର ଅଭିବୃଦ୍ଧି ୭.୨ ହାରରେ ହେବା ସହିତ ଗରିବୀ ମଧ୍ୟ କମିଛି।

ଭାରତରେ ଶ୍ରମିକମାନେ ନିୟମିତ କାମ ପାଇନଥାନ୍ତି। ଏପରିକି ଭିନ୍ନଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ମଜୁରୀ ବା ପାରିଶ୍ରମିକ ପରିମାଣ ରହିଥାଏ। ଜନସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବା ଶ୍ରମ ବଜାର ଉପରେ ସବୁଠାରୁ ଅଧିକ ଚାପ ପକାଉଛି। ଫଳରେ ବାଣିଜ୍ୟ ହ୍ରାସ ପାଇବା ସହିତ ଜିଡିପି ୨୦୧୨ରୁ ୨୦୧୭ ମଧ୍ୟରେ ୫୫.୮%ରୁ ୪୪.୧କୁ ଖସିଆସିଛି।

ଭାରତରେ ରପ୍ତାନୀ ସାମଗ୍ରୀ ପ୍ରାୟତଃ କେମିକାଲ ଏବଂ ଫେବ୍ରିକେଟେଡ୍‌ ମେଟାଲ ଆଦି ହୋଇଥିବାରୁ ଏହାର ଲାଭାଂଶ ଶ୍ରମିକମାନଙ୍କ ପାଖରେ ସିଧାସଳଖ ପହଞ୍ଚିପାରିନଥାଏ। ଏହି ପ୍ରସଙ୍ଗରେ ବରିଷ୍ଠ ଅର୍ଥନୀତିଜ୍ଞ ଡାନିଏଲ୍‌ ସମାନ୍‌ କହିଛନ୍ତି, “ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ବୁଝିବାକୁ ହେବ ଯେ, ଜଗତୀକରଣ ଉଭୟ ଶ୍ରମିକ ଏବଂ ଜାତୀୟ ଶ୍ରମ ବଜାରକୁ ପ୍ରଭାବିତ କରିଥାଏ।”



from Odisha Reporter https://ift.tt/2C0BUyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages