ଇରାନୀ କପ୍‌: ଟାର୍ଗେଟ ୨୮୦, ବିଦର୍ଭ ୩୭/୧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଇରାନୀ କପ୍‌: ଟାର୍ଗେଟ ୨୮୦, ବିଦର୍ଭ ୩୭/୧

ନାଗପୁର: ଅବଶିଷ୍ଟ ଭାରତ ଓ ରଣଜୀ ଚାମ୍ପିୟନ ବିଦର୍ଭ ମଧ୍ୟରେ ଚାଲିଥିବା ଇରାନୀ କପ୍‌ର ମ୍ୟାଚ୍‌ଟି ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚି ଯାଇଛି। ବିଦର୍ଭକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ଦିନରେ ୨୩୪ ରନ୍‌ ଦରକାର ଥିବା ବେଳେ ଅବଶିଷ୍ଟ ଭାରତ ବିଜୟଠାରୁ ୯ ୱିକେଟ୍‌ ଦୂରରେ ରହିଛି। ଅବଶିଷ୍ଟ ଭାରତ ଦେଇଥିବା ୨୮୦ ରନ୍‌ ଟାର୍ଗେଟର ପିଛା କରୁଥିବା ବିଦର୍ଭ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଆର ଆର ସଞ୍ଜୟ ରଘୁନାଥ ୧୭ ଓ ଅର୍ଥରୱା ଟାଇଡେ ୧୬ ରନ୍‌ କରି ଅପରାଜିତ ରହିଛନ୍ତି।

ଗତକାଲି ୨ ୱିକେଟ୍‌ ହରାଇ ୧୦୨ ରନ୍‌ କରିଥିବା ଅବଶିଷ୍ଟ ଭାରତର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ହନୁମା ବିହାରୀ ଓ ଅଜିଙ୍କ୍ୟ ରାହଣେ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ହନୁମାନ ଦ୍ଵିତୀୟ ଥର ପାଇଁ ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିବା ବେଳେ ରାହଣେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୭୫ ଥିବା ବେଳେ ୮୭ ରନ୍‌ କରିଥିବା ରାହଣେଙ୍କୁ ବିଦର୍ଭର ସରୱେତ ଆଉଟ୍‌ କରି ଦିବସର ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୩୫୦ ପାର୍‌ କରାଇଥିଲେ। ହନୁମା ଅପରାଜିତ ୧୮୦ ରନ୍‌ କରିଥିବା ବେଳେ ଆୟର ୫୨ଟି ବଲ୍‌ରେ ୬୧ ରନ୍‌ର ଇନିଂସ ଖେଳିଥିଲେ।

ଅବଶିଷ୍ଟ ଭାରତ ୩ ୱିକେଟ୍‌ ହରାଇ ୩୭୪ ରନ୍‌ କରିଥିବା ବେଳେ ଅଧିନାୟକ ରାହଣେ ପାଳି ଘୋଷଣା କରିଥିଲେ। ଫଳରେ ବିଦର୍ଭକୁ ଜିତିବା ପାଇଁ ୨୮୦ ରନ୍‌ର ଟାର୍ଗେଟ ମିଳିଥିଲା। ଏହାର ପିଛା କରି ବିଦର୍ଭ ପ୍ରଥମ ଓଭରରେ ହିଁ ଅଧିନାୟକ ଫଜି ଫଜଲଙ୍କୁ ହରାଇଥିଲା।

ତେବେ ଏହାପରେ ସଞ୍ଜୟ ଓ ଟାଇଡେ ସ୍ଥିତି ସମ୍ଭାଳିବା ସହ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଅବଶିଷ୍ଟ ଭାରତ ପକ୍ଷରୁ ଅଙ୍କିତ ରାଜପୁତ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍‌ ପାଇଛନ୍ତି।

ଅବଶିଷ୍ଟ ଭାରତ ପ୍ରଥମ ଇନିଂସ୍‌ରେ ହନୁମାନ ବିହାରୀଙ୍କ ଶତକକୁ ଆଧାର କରି ୩୩୦ ରନ୍‌ କରିଥିଲା। ଏହାର ଜବାବରେ ଅକ୍ଷୟ କାରନେୱଲଙ୍କ ଶତକ ବଳରେ ବିଦର୍ଭ ୪୨୫ ରନ୍‌ ସଂଗ୍ରହ କରି ନେଇଥିଲା। ଫଳରେ ବିଦର୍ଭକୁ ୯୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ମିଳିଥିଲା।



from Odisha Reporter http://bit.ly/2GsBFAH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages