ରେକର୍ଡ କଲେ ପାଣ୍ଡ୍ୟା ବ୍ରଦର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ରେକର୍ଡ କଲେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଙ୍ଗଟନ୍‌: ଟିମ୍‌ ଇଣ୍ଡିଆର ଦୁଇ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି। କୃନାଲ ଓ ହାର୍ଦ୍ଦିକ ହେଉଛନ୍ତି ଦୁଇ ଭାଇ।

ଏଭଳି ଗୋଟିଏ ମ୍ୟାଚ୍‌ରେ ଦୁଇ ଭାଇ ଖେଳିବା ଭାରତ ପାଇଁ ଦ୍ୱିତୀୟ ଘଟଣା। ପୂର୍ବରୁ ଇରଫାନ ପଠାନ ଓ ୟୁସୁଫ ପଠାନ ପ୍ରଥମ ଦୁଇ ଭାଇଙ୍କ ଯୋଡ଼ି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପଠାନ ବ୍ରଦର୍ସ ଏକାଠି ୮ଟି ଟି-୨୦ ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ। ଏବେ ପାଣ୍ଡ୍ୟା ବ୍ରଦର୍ସ ଦ୍ୱିତୀୟ ଦୁଇ ଭାଇଙ୍କ ଯୋଡ଼ି ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି।

ଆଜିର ମ୍ୟାଚ୍‌ରେ କୃନାଲ ପାଣ୍ଡ୍ୟା ୪ ଓଭର୍‌ ବୋଲିଂ କରି ୩୭ ରନ୍‌ରେ ଗୋଟିଏ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ୪ ଓଭର୍‌ରେ ୫୨ ରନ୍‌ ଦେଇ ୨ଟି ୱିକେଟ୍‌ ପାଇଛନ୍ତି।



from Odisha Reporter http://bit.ly/2SuiuMp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages