‘ମୋ ଘର, ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

‘ମୋ ଘର, ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ଘର, ବିଜେପି ପରିବାର’ ନାଁରେ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମ ଅନୁସାରେ ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ।

ଏହି ଅବସରରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ। ସେ କହିଛନ୍ତି, “ବିଜେପିର କର୍ମକର୍ତ୍ତା, ଆମ ବନ୍ଧୁ, ସମର୍ଥକଙ୍କ ଘରେ ବିଜେପି ପତାକା ଲାଗିବ। ଏହାସହ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଥିବା ଓ ସେ ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଥିବା ବ୍ୟକ୍ତି, ବିଶେଷ କରି ଯୁବଗୋଷ୍ଠୀଙ୍କ ଘରେ ଏ କାର୍ଯ୍ୟକ୍ରମ ପହଞ୍ଚା ଯିବ।”

କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।



from Odisha Reporter http://bit.ly/2GM0dE5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages