ବିଜେପିରୁ ନିଲମ୍ବିତ କୀର୍ତ୍ତି ଆଜାଦ୍ କଂଗ୍ରେସର ହାତ ଧରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ବିଜେପିରୁ ନିଲମ୍ବିତ କୀର୍ତ୍ତି ଆଜାଦ୍ କଂଗ୍ରେସର ହାତ ଧରିଲେ

rahulandkirti

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା କୀର୍ତ୍ତି ଆଜାଦ୍ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି।

କିଛି ଦିନ ତଳେ କୀର୍ତ୍ତି ବିଜେପିରୁ ନିଲମ୍ବିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବିହାରର ଦରଭଙ୍ଗାରୁ ଜିତି ଲୋକସଭାକୁ ଯାଇଥିଲେ।

ଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଆଜି ସକାଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଏନେଇ କିଛି ଫଟୋ ମଧ୍ୟ ନିଜ ଟ୍ୱିଟର ପେଜ୍‌ରେ ପୋଷ୍ଟ୍ କରିଛନ୍ତି ଓ ମିଥିଲା ପରମ୍ପରା ଅନୁଯାୟୀ ରାହୁଲ ଗାନ୍ଧିଙ୍କୁ ସମ୍ମାନିତ କରିଥିବା କହିଛନ୍ତି।

ଗତ ସପ୍ତାହରେ କୀର୍ତ୍ତି ଆଜାଦ କଂଗ୍ରେସରେ ଯୋଗ ଦେବାର ଥିଲା। ହେଲେ ପୁଲ୍‌ୱାମାରେ ଆତଙ୍କବାଦୀ ହମ୍‌ଲା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏନେଇ ସେ ଟ୍ୱିଟ୍ ବି କରିଥିଲେ ଓ ୧୮ ତାରିଖରେ କଂଗ୍ରେସରେ ଯୋଗ ଦେବେ ବୋଲି କହିଥିଲେ।



from Odisha Reporter http://bit.ly/2V3zJBH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages