ସେବା ସମବାୟ ସମିତିରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ସେବା ସମବାୟ ସମିତିରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌

ଅନୁଗୋଳ (ବିରଜାପ୍ରସାଦ ଦାଶ): ପରାବିଲ ସେବା ସମବାୟ ସମିତି କଣିହାଁ ଶାଖାରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କ ଚେକ୍‌ରେ ହିତାଧିକାରୀଙ୍କ ଦସ୍ତଖତ ନେଇ ଦଲାଲ ଓ କିଛି ଅସାଧୁ କର୍ମଚାରୀ ଏହି ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ହିତାଧିକାରୀ ଏପରି ଠକାମିର ଶିକାର ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପରାବିଲ ସେବା ସମବାୟ ସମିତିରେ ହିତାଧିକାରୀଙ୍କ ନାଁରେ ଦସ୍ତଖତ କରାଇ ଅଧିକ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ସମିତି ଅଧୀନରେ ଆସୁଥିବା ବିଜିଗୁଳ, ବିରୁ, ପରାବିଲ ପଞ୍ଚାୟତର ଶତାଧିକ ଗରିବ ଖଟିଖିଆଙ୍କୁ ମିଳିଥିବା ଋଣ ଟଙ୍କାକୁ ଦଲାଲ ଲୁଟି ନେଇଥିବା ସେମାନେ କହିଛନ୍ତି। ଲ

କଙ୍କୁ ଋଣ ଦେବା ନାଁରେ ବ୍ୟାଙ୍କ୍ ଚେକ୍‌ରେ ଦସ୍ତଖତ ନେଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଅଧିକ ଟଙ୍କା ଉଠାଯାଇ କମ ଅର୍ଥ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଏପରିକି କିଛି ମୃତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଶହ ଶହ ସଂଖ୍ୟାରେ ହିତାଧିକାରୀ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ପ୍ରାୟ ୫୦ ଲକ୍ଷ ଟଙ୍କାର ଏହି ଠକେଇର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ହିତାଧିକାରୀ।

ମାମଲାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ କହିଛନ୍ତି।



from Odisha Reporter http://bit.ly/2UJx0NT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages