ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ଦମ୍ପତିଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ଦମ୍ପତିଙ୍କୁ ମାରିଦେଲେ

tyyy9999

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ ତାରିଖରେ ହୋଇଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ବସ୍ତାଏ ଚାଉଳ ଓ ମାତ୍ର ୧୨୦୦ ଟଙ୍କା ପାଇଁ ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ତିନି ଭାଇ ବୋଲି ଜଣାପଡ଼ିଛି।

ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପାଖ ଜଙ୍ଗଲରେ ଥିବା କୂଅରୁ ଉଭୟଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ତଦନ୍ତ ବେଳେ ସଂପୃକ୍ତ ତିନି ଭାଇ ଫେରାର ଥିବା ଜଣାପଡ଼ିଛି।

ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଆଜି ୩ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦମ୍ପତିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ କହିଛି।

ମିଲୁ ଓ କସ୍ତୁରୀ ଜଗୁଆଳି ଭାବେ କାମ କରନ୍ତି। ଜାନୁଆରୀ ୧୩ ତାରିଖରେ ଦରମା ପାଇଥିଲେ। ତିନି ଭାଇ ନିଶାଶକ୍ତ ଅବସ୍ଥାରେ ମିଲୁଙ୍କ ଘରେ ପଶିଥିଲେ ଓ ତାଙ୍କୁ ଧମକଚମକ ଦେଇଥିଲେ। ପରେ ତାଙ୍କ ପାଖରୁ ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ଛିନତାଇ କରିଥିଲେ। ଏନେଇ କାଳେ ମିଲୁ ଗାଁ ଲୋକଙ୍କୁ କହିବେ, ସେଥିଲାଗି ଉଭୟଙ୍କୁ ହତ୍ୟା କରି କୂଅରେ ପକାଇ ଦେଇଥିଲେ।



from Odisha Reporter http://bit.ly/2DSNKMS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages