ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ବଳିଦାନ ସ୍ମରଣୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ବଳିଦାନ ସ୍ମରଣୀୟ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରପୁତ୍ରଙ୍କ ଅବଦାନକୁ ମନେ ପକାଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଛନ୍ତି। ଓଡ଼ିଶା ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରିବର୍ତ୍ତନ ହୋଇଥିଲା ବୋଲି ସେ କହିଥିଲେ। ସଭା ଆରମ୍ଭରୁ ପୁଲୱାମା ସହିଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ। ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି, ଦେଶ ଏବେ ଏକଜୁଟ ଅଛି ବୋଲି ସେ କହିଛନ୍ତି।

ସଭାରେ ଉଦ୍‌ବୋଧନ ଛଳରେ ରାଜନାଥ କଂଗ୍ରେସକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ‘ଚୌକିଦାର ଚୋର’ କହିବା ପ୍ରସଙ୍ଗରେ ସେ କହିଥିଲେ, “ଚୌକିଦାର ଚୋର୍ ନହିଁ, PURE, ଆମେ ଜିତିବା SURE। ଆମେ ଆସିଲେ ସବୁ ସମସ୍ୟାର କରିବୁ CURE ।”

ବିଶ୍ୱଗୁରୁ ହେବ ଭାରତ

ଭାରତ ବିଶ୍ୱଗୁରୁ ହେବ ବୋଲି ରାଜନାଥ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଦିନେ ନା ଦିନେ ଭାରତ ହିଁ ହେବ ବିଶ୍ୱଗୁରୁ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ହେବ ବିଶ୍ୱଗୁରୁ। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନ ମଧ୍ୟରେ ରହିବ।”

ସାଧାରଣ ସଭାରେ ସେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ। ସମାବେଶରେ ଉତ୍ତର ଓଡ଼ିଶାର ସବୁ ବୁଥସ୍ତରୀୟ କର୍ମୀ ଯୋଗ ଦେଇଥିଲେ।

ଭଦ୍ରକରେ ପହଞ୍ଚିବା ପରେ ରାଜନାଥ ପ୍ରଥମେ ରକ୍ତତୀର୍ଥ ଇରମ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତା’ ପରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ସହ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।



from Odisha Reporter http://bit.ly/2GNjRzB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages