ପରିସ୍ଥିତିକୁ ମୁକାବିଲା ନ କରିପାରି ଭାଙ୍ଗି ପଡ଼ୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପରିସ୍ଥିତିକୁ ମୁକାବିଲା ନ କରିପାରି ଭାଙ୍ଗି ପଡ଼ୁଛନ୍ତି କି ?

ଭୂବନେଶ୍ୱର(ଓଡ଼ିଶାରିପୋର୍ଟର): ଅନେକ ସମୟରେ ଆମ ମନରେ ନାନା ପ୍ରକାରର ଭାବନା ଆସିଥାଏ।  କେତେକ ସମୟରେ ଆମେ ଅତ୍ୟଧିକ ରାଗିଯାଇ ବିବ୍ରତ ହୋଇପଡ଼ୁ ତ କେତେବେଳେ ନିଜର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଚିନ୍ତିତ ରହିଥାଉ। ପୁଣି କେତେବେଳେ କୌଣସି ଜିନିଷକୁ ନେଇ ଆମକୁ ଭୟ ମଧ୍ୟ ଲାଗେ। ଏହି କାରଣରୁ ମନରେ ଅନେକ ନକାରାତ୍ମକ ବିଚାର ଆସିଥାଏ। ମନରେ ଏହି ନକାରାତ୍ମକ ଭାବନା ଯେତେ ଅଧିକ ହେବ, ଆମେ ସେତେ ଅଧିକ ବ୍ୟସ୍ତ ବିବ୍ରତ ହୋଇପଡ଼ିବା। ତେବେ ଆଜି ଆମେ ଏଥିରୁ ମୁକ୍ତି ପାଇବା ପାଇଁ  ଆପଣଙ୍କୁ କିଛି ଟିପ୍ସ ଦେବୁ।

  • ଯଦି ଆପଣଙ୍କ ମନରେ କିଛି ଆଘାତ  ହେଉଛି କିମ୍ବା କିଛି ଜିନିଷ ଆପଣଙ୍କୁ ବିଚଳିତ କରୁଛି ତେବେ ଏହାକୁ ଆପଣଙ୍କ ନିକଟତର ବ୍ୟକ୍ତିଙ୍କ ପାଖରେ ପରିପ୍ରକାଶ କରନ୍ତୁ। ହୁଏ ତ ସେ ଆପଣଙ୍କୁ କିଛି ବାଟ ବତେଇ ଦେଇ ପାରିବେ ଯାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ହୋଇଯିବ।
  • ସମସ୍ତଙ୍କୁ ଜୀବନରେ କେବେ ନା କେବେ କିଛି ସମସ୍ୟା ଭୋଗିବାକୁ ପଡ଼ିଥାଏ। ହେଲେ ଏହା ଅଧିକ ଦିନ ତିଷ୍ଠି ରହେନା । ଏଣୁ ଯେତେବେଳେ ବି ମନରେ ନକାରାତ୍ମକ ଭାବନା ଆସୁଛି, ପ୍ରଥମେ ଚିନ୍ତା କରନ୍ତୁ ଯେ କୌଣସି ସମସ୍ୟା ସେତେ ବଡ଼ ନୁହେଁ, ଯାହା ଆପଣଙ୍କଠାରୁ ଦୂରେଇବ ନାହିଁ।
  • ଯଦି ଆପଣ ଭାବି ବସିବେ ଯେ ସମସ୍ୟାରୁ ମୁକୁଳିବା କଷ୍ଟକର, ତେବେ ତାହା ଆପଣଙ୍କୁ ଅଧିକ ବିଚଳିତ କରିବ। ଏଣୁ ମନରେ ସବୁବେଳେ ଭାବିବେ ଯେ ପ୍ରତ୍ୟେକ ସମସ୍ୟାରୁ ମୁକୁଳିବାର ରାସ୍ତା ଅଛି। କେଉଁଠି ଏହା ଶୀଘ୍ର ମିଳିଯାଏ ତ କେଉଁଠି ଟିକେ ସମୟ ଲାଗେ।
  • ଯଦି ଆପଣ କୌଣସି କାର୍ଯ୍ୟରେ ବାରମ୍ବାର ବିଫଳ ହେଉଛନ୍ତି। ତେବେ ଏଥିପାଇଁ ନିଜକୁ ହୀନ ମନେ କରନ୍ତୁ ନାହିଁ କି ମନରେ କୌଣସି ନକରାତ୍ମକ ବିଚାର ଆଣନ୍ତୁ ନାହିଁ। ନିଜର ବ୍ୟକ୍ତିତ୍ୱ ଓ ଦକ୍ଷତା ଉପରେ ଭରସା ରଖନ୍ତୁ। କାରଣ ବିଫଳତା ହିଁ ସଫଳତାର ଚାବିକାଠି।
  • ନିଜ ଭିତରେ ଥିବା ନକାରାତ୍ମକ ଭାବନାକୁ ସକାରାତ୍ମକ କାର୍ଯ୍ୟରେ ପରିଣତ କରିବା ପାଇଁ ଆମର ବିଚାରରେ କେତେକ ଛୋଟ ଛୋଟ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସବୁ କଥାକୁ ଗଭୀରତାର ସହ ନ ନେଇ କିଛି ଜିନିଷକୁ ସେହିପରି ଖୋଲା ମନରେ ଭୂଲିଯିବା ଭଲ। ଏହାଦ୍ୱାରା ଆପଣଙ୍କ ମନକୁ ନାନା ପ୍ରକାରର ଦୁଃଚିନ୍ତା ଆସିବ ନାହିଁ। ଫଳରେ ଆପମଙ୍କ ମନ ବିଚଳିତ ନ ହୋଇ ସବୁବେଳେ ଶାନ୍ତ ରହିବ।

 

 



from Odisha Reporter https://ift.tt/2GKfFS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages