
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଲ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୋହନ କଲତା।
ଋଣବୋଝ ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ଭୋର୍ ପ୍ରାୟ ୫ଟା ବେଳେ ମୋହନ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗତ ଖରିଫ ଋତୁରେ ମୋହନ ପାଞ୍ଚ ଏକର ଜମିରେ ଧାନ ଚାଷ କରିଥିଲେ। ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଫସଲ ନଷ୍ଟ ହୋଇଯିବାରୁ ସେ ଏଥିପାଇଁ କରିଥିବା ଋଣ ପରିଶୋଧ କରିପାରି ନ ଥିଲେ। ସେହି ଚିନ୍ତାରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।
from Odisha Reporter https://ift.tt/2BUDkLz
No comments:
Post a Comment