ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

boeing737

ନୂଆଦିଲ୍ଲୀ: ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ। ଆଜି ଅପରାହ୍ନ ୪ଟା ସୁଦ୍ଧା ଏହାର ସମସ୍ତ ଉଡ଼ାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।

ଏହି ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିଯିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି DGCA ପକ୍ଷରୁ କୁହାଯାଇଛି।

ବୋଇଂ 737 MAX 8 ବୋଇଂ କମ୍ପାନୀର ଅତ୍ୟାଧୁନିକ ବିମାନ। ଏହି ମଡେଲର ବିମାନ ୨୦୧୭ ମେ’ରୁ ବ୍ୟବସାୟିକ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୫ ମାସ ମଧ୍ୟରେ ଏହି ମଡେଲର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି।

ରବିବାର ନାଇରୋବି ଯାଉଥିବା ଇଥିଓପିଆନ୍ ଏୟାରଲାଇନ୍ସର ବୋଇଂ 737 MAX 8 ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଭାରତୀୟଙ୍କ ସମେତ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୨୯ରେ ଇଣ୍ଡୋନେସିଆର ଲାୟନ ଏୟାର କମ୍ପାନୀର ଏହି ପ୍ରକାରର ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜାଭା ସମୁଦ୍ରରେ ଖସି ପଡିବାରୁ ସମସ୍ତ ୧୮୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ଏ ଦୁଇ ଏୟାରଲାଇନ୍ସ କମ୍ପାନୀ ଦୁର୍ଘଟଣାର ୨-୩ ମାସ ପୂର୍ବରୁ ହିଁ ଦୁଇଟି ଯାକ ବିମାନ କିଣିଥିଲେ। ଇଥିଓପିଆ ଦୁର୍ଘଟଣା ପରେ ଚୀନ୍, ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ମଙ୍ଗୋଲିଆ ସହ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହି ମଡେଲର ସବୁ ବିମାନ ଚଳାଚଳକୁ ବନ୍ଦ କରିଦେଇଛନ୍ତି। ସେହିପରି ଦୁର୍ଘଟଣା ପରେ ଇଥିଓପିୟାନ୍ ଏୟାରଲାଇନ୍ସ ମଧ୍ୟ ଏହି ମଡେଲର ସମସ୍ତ ବିମାନ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି।



from Odisha Reporter https://ift.tt/2O4L4PW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages