ଓଡ଼ିଶାର ତ୍ରିବେଣୀ ସଙ୍ଗମ ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଥରେ ଯାଇ ବୁଲି ଆସିବା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଓଡ଼ିଶାର ତ୍ରିବେଣୀ ସଙ୍ଗମ ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଥରେ ଯାଇ ବୁଲି ଆସିବା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଐତିହାସିକ ଘଟଣାର ମୁକସାଖି ହେଉଛି ନୟାଗଡ଼। ପୂର୍ବରୁ ଥିବା ନୟାଗଡ଼ ଆଉ ଆଜିର ନୟାଗଡ଼ ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥାଏ। ଏବେବି ନୟାଗଡ଼ ସହର ମୁଣ୍ଡରେ ରୁଖି ଏବଂ ବଳରାମ ନାମକ ଦୁଇ ପାହାଡ଼ ଦ୍ୱାରପାଳ ଭାବେ ଠିଆହୋଇଛନ୍ତି। ୧୯୯୫ ମସିହାରୁ ନୟାଗଡ଼ ଜିଲ୍ଲା ପୁରୀ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ ହୋଇଥିଲା। ଏହି ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅନେକ ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିର ମଧ୍ୟ ରହିଛି। ତେବେ ଆଜି ନୟାଗଡ଼ରେ ଥିବା ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ବିଷୟରେ ଜାଣନ୍ତୁ ଅଧିକ କିଛି କଥା।

ଏହି ପ୍ରସିଦ୍ଧ ମନ୍ଦିର ଗୋଟିଏ ଛୋଟିଆ ମୁଣ୍ଡିଆ ଉପରେ ଅବସ୍ଥିତ। ସେହି ମୁଣ୍ଡିଆକୁ ବ୍ରହ୍ମାଦ୍ରୀ ପର୍ବତ ବୋଲି କୁହାଯାଏ। ସେଠାରେ ଅଷ୍ଟମ ଶତାବ୍ଦିରେ ନିର୍ମାଣ କରାଯାଇଥିବା ଏକ ପ୍ରାଚୀନ ମନ୍ଦିରରେ ନୀଳମାଧବ ପୂଜା ପାଇଥାନ୍ତି।

ଇଏ ହେଉଛନ୍ତି ସେହି ନୀଳମାଧବ ଯାହାକୁ ଦିନେ ପାଇବା ପାଇଁ ବିଦ୍ୟାପତି ବିଶ୍ୱାବସୁଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। କିମ୍ବଦନ୍ତୀ କହେ, ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍‌ ସେହିପରି ନୀତିକାନ୍ତି ହୋଇଥାଏ।

କ’ଣ ଦେଖିବେ: ଶ୍ରୀକ୍ଷେତ୍ରର ବଡ଼ ଦୁଆର ପରି ଏହି ମନ୍ଦିରରେ ମଧ୍ୟ ଚାରିଟି ଦ୍ୱାର ଏବଂ ବାଇଶି ପାହାଚ ରହିଛି। ମନ୍ଦିର ବେଢ଼ାରେ ନୀଳମାଧବଙ୍କ ସହ ଲକ୍ଷ୍ମୀ ସିଦ୍ଧେଶ୍ୱର ମହାଦେବ ଏବଂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି। ସେହିଠାରେ କିମ୍ବଦନ୍ତୀର ଏକ କାହାଣୀ ମଧ୍ୟ ରହିଛି। ଗଜପତିଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ଆଉ ବିଶ୍ୱାବସୁ ହିଁ ତାଙ୍କୁ ନୀଳମାଧବଙ୍କୁ ଦର୍ଶନ କରାଇବାକୁ ନେଇଯାଇଥିଲେ। ସେହିଠାରେ ଶ୍ରୀ ବିଷ୍ନୁ ବା ଶ୍ରୀ ନୀଳମାଧବଙ୍କ ବିଗ୍ରହ ଇନ୍ଦ୍ରନୀଳ ପଥରରେ ତିଆରି ହୋଇଛି।

ଆପଣ ସେହି ମନ୍ଦିରର ଏକ ଆଶ୍ଚର୍ଯ୍ୟ କଥା ଜାଣିଛନ୍ତି କି? ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଶ୍ରୀ ବିଗ୍ରହଙ୍କ ପାଦଦେଶରୁ ସବୁବେଳେ ପାଣି ଝରୁଥାଏ।
ଜଣେ ସ୍ଥାନୀୟ ଗବେଷକଙ୍କ ମତ ଅନୁସାରେ, ବିଗ୍ରହଙ୍କ ପଥରରେ ଏମୋନାଇଟ୍‌ ନାମକ ଏକ ଜୀବାଶ୍ଜ ଥିବାରୁ ପାଣି ଝରିଥାଏ। ମନ୍ଦିରରେ ଅନ୍ନ ପ୍ରସାଦ ଲାଗି ହୁଏ। କିନ୍ତୁ ଆପଣ ପ୍ରସାଦ ସେବନ କରିବାକୁ ଚାହିଁଲେ ଆଗୁଆ ବରାଦ ଦେବାକୁ ପଡ଼ିଥାଏ।

କଣ୍ଟିଲୋ ନୀଳମାଧବଙ୍କ ବେଢ଼ାରୁ ପାହାଚ ନଦୀ କୂଳକୁ ଲମ୍ବି ଯାଇଛି। ଆଉ ସେହି ପାହାଚ ଅତିକ୍ରମ କରି ତଳକୁ ଗଲେ ଆପଣ ଅତି ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ପାଇବେ। ସେହିଠାରେ ମହାନଦୀ ସହ କୁସୁମି ଆଉ କୁଆଁରିଆ ନଦୀର ମଧ୍ୟ ମିଳନ ଘଟିଛି। ଆଉ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ମଧ୍ୟ କୁହାଯାଏ। ତେବେ ଏହା ଏକ ଭଲ ପିକ୍‌ନିକ୍‌ ସ୍ଥଳୀ ଭାବେ ଜଣାଶୁଣା।

ତେଣୁ ନୀଳମାଧବଙ୍କ ମନ୍ଦିର ବିଷୟରେ ଏତେ କଥା ଜାଣି ସାରିଲା ପରେ ନିଶ୍ଚୟ ଆପଣଙ୍କର ସେଠାକୁ ବୁଲି ଯିବାକୁ ଇଚ୍ଛା ହେଉଥିବ।

କେମିତି ଯିବେ: ରାଜଧାନୀ ଭୁବନେଶ୍ୱରଠାରୁ ନୟାଗଡ଼ ୮୦ କି.ମି ଏବଂ ନୟାଗଡ଼ ସଦର ମହକୁମାଠାରୁ ଏହା ୪୪ କି.ମି.। ଆପଣ ଚାହିଁଲେ ବସ୍‌ କିମ୍ବା ଟ୍ୟାକ୍ସି କରି ସେଠାକୁ ଯାଇପାରିବେ। ତେବେ ଆଉ ଡେରି ନକରି କିଛିଟା ସମୟ ବାହାର କରନ୍ତୁ। ଆଉ ଅନ୍ତତଃ ଥରେ ଏହି ପର୍ଯ୍ୟଟନ ସ୍ଥଳୀ ଯାଇ ବୁଲି ଆସିବେ ବୋଲି ଆମର ଆଶା।



from Odisha Reporter https://ift.tt/2F6Awg1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages