ତୃଣମୁଳ କଂଗ୍ରେସରୁ ‘କଂଗ୍ରେସ’ ଶବ୍ଦ ହଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ତୃଣମୁଳ କଂଗ୍ରେସରୁ ‘କଂଗ୍ରେସ’ ଶବ୍ଦ ହଟିଲା

ନୂଆଦିଲ୍ଲୀ: କଂଗ୍ରେସ ଦଳରୁ ଅଲଗା ହେବାର ୨୧ ବର୍ଷ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୁଳ କଂଗ୍ରେସ ନାମରେ ଦଳ ଗଢ଼ିଥିଲେ। ଯେଉଁଥିରେ ତାଙ୍କ ପୂର୍ବ ଦଳର ନାମ ‘କଂଗ୍ରେସ’ ମଧ୍ୟ ଥିଲା। ହେଲେ ଏବେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ସପ୍ତାହେ ହେବ ତାଙ୍କ ଦଳୀୟ ଚିହ୍ନ ବା ଲୋଗୋରୁ କଂଗ୍ରେସ ଶବ୍ଦ ହଟାଇଦେଇଛନ୍ତି। ସୋଶାଲ ମିଡିଆ ପାଖରୁ ଆରମ୍ଭ କରି ବ୍ୟାନର ଓ ହୋର୍ଡିଂରେ ମଧ୍ୟ ସମାନ ଅବସ୍ଥା। ତେବେ ଦଳର ନାମରୁ ‘କଂଗ୍ରେସ’ ହଟାଇବା ପଛର ଉଦ୍ଦେଶ୍ୟ କଣ, ତାହା ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ କଂଗ୍ରେସର ସହଯୋଗୀ ଦଳ ଭାବେ ଟିଏମସିର ପରିଚୟ ନରହୁ ବୋଲି ଏପରି ପଦକ୍ଷେପ ମମତା ନେଇଥିବା ଚର୍ଚ୍ଚା ହେଉଛି। ତେବେ ଇଂରାଜୀ ଶବ୍ଦ ‘କଂଗ୍ରେସ’ର ଅର୍ଥ ମହାସଭା ବା ଅନେକ ଲୋକ ଏକତ୍ରିତ ହେବା।

ସୂଚନାଯୋଗ୍ୟ, ୟୁପିଏ ସରକାରରେ ମମତା ବାନାର୍ଜୀ ସାଂସଦ ହୋଇ ରେଳମନ୍ତ୍ରୀ ମଧ୍ୟ ହୋଇଥିଲେ। ଅନେକ ପ୍ରସଙ୍ଗରେ କଂଗ୍ରେସ ଟିଏମସିକୁ ସମର୍ଥନ କରୁଥିବାବେଳେ ମମତାଙ୍କ ଦଳ ହଠାତ ଦଳର ନାଁରୁ କଂଗ୍ରେସ ଶବ୍ଦ ହଟାଇବା ଅନେକଙ୍କୁ ବିସ୍ମିତ କରିଛି।

ନିକଟରେ ସିବିଆଇ ଚିଟଫଣ୍ଡ ମାମଲାରେ ସିବିଆଇ କୋଲକାତା ପୋଲିସ କମିଶନରଙ୍କ ଘରେ ରେଡ୍ ଉଦ୍ୟମ କରିଥିଲା। ଯାହାକୁ ବିରୋଧ କରି ମମତା ବାନାର୍ଜୀ କୋଲକାତାରେ ଏକ ସମାବେଶର ଆୟୋଜନ କରିଥିଲେ। ସେତେବେଲେ ରାହୁଲ ଏହାକୁ ସମର୍ଥନ କରିଥିଲେ। ତେବେ ସେ ନିଜେ ନଯାଇ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ମମତାଙ୍କ ମୋଦି ବିରୋଧୀ ରାଲିରେ ଯୋଗଦେବା ପାଇଁ ପଠାଇଥିଲେ।



from Odisha Reporter https://ift.tt/2FxTpcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages