ଦକ୍ଷିଣ ଆଫ୍ରିକାକୁ ସିରିଜ୍‌ ବିଜୟ ଦେଲେ ରିଜା ଓ ରାସେଇ, ଶ୍ରୀଲଙ୍କା ପୁଣି ହାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଦକ୍ଷିଣ ଆଫ୍ରିକାକୁ ସିରିଜ୍‌ ବିଜୟ ଦେଲେ ରିଜା ଓ ରାସେଇ, ଶ୍ରୀଲଙ୍କା ପୁଣି ହାରିଲା

ସେଞ୍ଚୁରିଆନ୍‌: ଦିନିକିଆ ପରେ ଟି-୨୦ ସିରିଜ୍‌କୁ ମଧ୍ୟ ଆଗୁଆ କବଜା କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ସୁପର ଓଭର୍‌ରେ ହରାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦କୁ ମଧ୍ୟ ୧୬ ରନରେ ଜିତି ନେଇଛି।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ଟିକି୍ଆ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟରେ ରିଜା ହେନଡ୍ରିକ୍ସ ଓ ରାସେଇ ଭାନ ଡେର ଡୁସେନ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ହେନଡ୍ରିକ୍ସ(୬୫) ଓ ରାସେଇ(୬୪) ଦ୍ୱିତୀୟ ୱିକେଟ୍‌ ପାଇଁ ୭୬ଟି ବଲରେ ୧୧୬ ରନ୍‌ ଯୋଡ଼ି ଥିଲେ। ଏମାନଙ୍କ ବ୍ୟତୀତ ଜେପି ଡୁମିନି ୩୩ ଓ ଡେଭିଡ୍‌ ମିଲର ୯ ରନ୍‌ କରିବାରୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୮୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୮୧ ରନ୍‌ର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୯.୪ ଓଭର୍‌ରେ ୮୩ ରନ୍‌ରେ ୭ ୱିକେଟ୍‌ ହରାଇ ବିପଦରେ ପଡ଼ିଥିଲା।

କିନ୍ତୁ ଇସ୍ରୁ ଉଡାନ୍‌ ଶେଷ ଭାଗରେ ୮୪ ରନ୍‌ର ଇନିଂସ୍‌ ଖେଳି ଦଳକୁ ବିଜୟର ନିକଟତର କରିଥିଲେ। ସେ ୪୮ଟି ବଲ୍‌ରେ ୮୪ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ତାଙ୍କୁ ସହାୟତା କରି ନଥିଲେ। ଶେଷରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter https://ift.tt/2OtpZip

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages