ଜୀବନ ହାରିଲେ ଯୁବ ଚାଷୀ, ଗତବର୍ଷ ବାହା ହୋଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଜୀବନ ହାରିଲେ ଯୁବ ଚାଷୀ, ଗତବର୍ଷ ବାହା ହୋଇଥିଲେ

Farm

ବିନିକା (ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଚୁଲିମାଲ ଗାଁର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୋହନ କଲତା (୨୫)।

ଋଣ ଶୁଝିବା ଚିନ୍ତାରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ମୋହନ ଗତ ଖରିଫ୍‌ ଋତୁରେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଏହି ଚାଷ ପାଇଁ ସେ ସାହୁକାରଠାରୁ ଋଣ ଆଣିଥିଲେ। ତେଣୁ ଫସଲ ନଷ୍ଟ ହୋଇଯିବା ପରେ ତାଙ୍କୁ ଋଣ ଶୁଝିବା ଚିନ୍ତା ଘାରି ଥିଲା। ଏଥିପାଇଁ ସେ ସବୁବେଳେ ଚିନ୍ତିତ ରହୁଥିଲେ।

ମୋହନ ଗତବର୍ଷ ବିବାହ କରିଥିଲେ। ବିବାହରେ ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ସେ ଆଉ ଡାଳୁଅ ଧାନ ଚାଷ କରି ପାରି ନଥିଲେ।

ତାଙ୍କ ବାପା ଗଜପତି କଲତା କହିଛନ୍ତି,“ ସେ ଯାହା ଚାଷ କରିଥିଲା, ସବୁ ଚକଡ଼ା ପୋକ ଲାଗି ନଷ୍ଟ ହୋଇଗଲା। ତେଣୁ ସେ ଋଣ ଶୁଝିପାରି ନଥିଲା। ଏଥିପାଇଁ ସେ ଆତ୍ମହତ୍ୟା କରିଛି।”

ମୋହନଙ୍କ ମୃତ୍ୟୁ ଖବର ପାଇ ବିନିକା ତହସିଲଦାର, ଥାନା ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ସେମାନେ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ।

ବିନିକା ତହସିଲଦାର ଅଲେଖ ଘୁଟା କହିଛନ୍ତି,“ମୋହନ ତାଙ୍କ ଜମି ସବୁ ଭାଗ ଚାଷ ପାଇଁ ଅନ୍ୟମାନଙ୍କୁ ଦେଇଥିଲେ। ସେ କୌଣସି ଋଣ କରିଥିବା ନେଇ କିଛି ପ୍ରମାଣ ନାହିଁ। ତେବେ ସେ ହାତଉଧାରୀ କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଆମେ ଯାହା ଜାଣିବାକୁ ପାଇଛୁ ସେ ଚାଷ ପାଇଁ ଆତ୍ମହତ୍ୟା କରି ନାହାନ୍ତି। ସେ ଘରୋଇ କଳହରୁ ଆତ୍ମହତ୍ୟା କରିଥିବା ଆମେ ଅନୁମାନ କରୁଛୁ।”

ମୋହନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତେଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।



from Odisha Reporter https://ift.tt/2VEdZNp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages