
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଓଡ଼ିଆ ଫିଲ୍ମ ‘ହିରାଲାଲ୍ ମୋତିଲାଲ୍’। ‘ମୁନ୍ ଟିଭି ମୁଭିଜ୍’ ବ୍ୟାନନରେ ରିଲିଜ୍ ହୋବାକୁ ଯାଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବାଲ୍କ୍ରିଷ୍ଣ ନାୟକ। ଫିଲ୍ମର ଖାସିୟତ୍ ହେଉଛି ଏଥିରେ ୬ ଜଣ ନୂଆ ନାୟିକାଙ୍କୁ ସାମିଲ୍ କରାଯାଉଛି। ‘ହିରାଲାଲ୍ ମୋତିଲାଲ୍ ଫିଲ୍ମ’ ମାଧ୍ୟମରେ ଏହି ୬ଜଣ ନାୟିକା ଓଲିଉଡ୍ରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି। ସେଥିରୁ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି।
ସୂଚନା ଅନୁଯାୟୀ, ବାଲ୍କ୍ରିଷ୍ଣଙ୍କ ସହ ଫିଲ୍ମରେ ଅମର୍ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିବେ।
‘ମୁନ୍ ଟିଭି’ର ଏହା ସପ୍ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଅଶ୍ୱିନୀ ଗଡନାୟକ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ।
from Odisha Reporter https://ift.tt/2EIkCIB
No comments:
Post a Comment