ସଲ୍‌ମାନ୍‌ଙ୍କ ନାଁ ଶୁଣିଲେ ଚିଡ଼ୁଛନ୍ତି ସୋନା ମହାପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ସଲ୍‌ମାନ୍‌ଙ୍କ ନାଁ ଶୁଣିଲେ ଚିଡ଼ୁଛନ୍ତି ସୋନା ମହାପାତ୍ର

ମୁମ୍ୱାଇ: ବିବାଦୀୟ ଗାୟିକା ସୋନା ମହାପାତ୍ର ଏବେ ସଲମାନ୍‌ ଖାନ୍‌ଙ୍କ ନାଁ ଶୁଣିଲେ ଚିଡ଼ୁଛନ୍ତି ! ଏକଥା ତାଙ୍କ  ଟ୍ୱିଟର୍‌କୁ ‌ଦେଖିଲେ ଜଣାପଡ଼ୁଛି।  ସେ ଟ୍ୱିଟର୍‌କୁ ଜଣାଇଛନ୍ତି ଯେ, “ସେ ସଲମାନ୍‌ ଖାନ୍‌ଙ୍କୁ ଫଲୋ କରନ୍ତି ନାହିଁ। ତେବେ କ’ଣ ପାଇଁ ତାଙ୍କର ଟାଇମ୍‌ ଲାଇନ୍‌ରେ ସଲମାନ୍‌ ଖାନ୍‌ଙ୍କର ଫିଲ୍ମ ବିଜ୍ଞାପନର ଟ୍ୱିଟ୍‌ ଦେଖିବାକୁ ମିଳୁଛି। ସେ ଏସବୁ ଟ୍ୱିଟ୍‌ ଦେଖିବାକୁ ଚାହାନ୍ତି ନାହିଁ।” ସୋନାଙ୍କର ଏହି ଟ୍ୱିଟ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସଲମାନ୍‌ଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଟ୍ୱିଟ୍‌କୁ ସ୍କ୍ରିନ୍‌ସଟ୍‌ ନେଇ ସୋନା ତାଙ୍କ ଟ୍ୱିଟର୍‌ ଟାଇମ୍‌ଲାଇନ୍‌ର ପୋଷ୍ଟ କରି ଲେଖିଛନ୍ତି, “ଡିୟର୍‌ ଟ୍ୱିଟର୍‌, ମୁଁ ଏହି ବ୍ୟକ୍ତିଙ୍କୁ ଫଲୋ କରୁନାହିଁ। ତେଣୁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଏହି ବିଜ୍ଞାପନ ଟ୍ୱିଟ୍‌ ସବୁକୁ ସମୟ ସମୟରେ ମୋ ଟାଇମ୍‌ଲାଇନ୍‌ରେ ଆଡ୍‌ କରନ୍ତୁ ନାହିଁ।“

ସୋନାଙ୍କର ଏହି ଟ୍ୱିଟର୍‌ ପୋଷ୍ଟ ଦେଖିବା ପରେ ୟୁଜର୍ସ ସୋନାଙ୍କୁ ଟ୍ରଲ୍‌ କରିବା ଆରମ୍ଭ କରିଛନ୍ତି।

ସଲମାନ୍‌ଙ୍କ ସପୋର୍ଟରେ ଜଣେ ୟୁଜର୍ସ କରିଛନ୍ତି, “ଟ୍ୱିଟର୍‌ରେ ବ୍ଲକ୍‌ ବଟନ୍‌ ବୋଲି ଗୋଟିଏ ଅଦ୍ଭୁଦ ଆବିଷ୍କାର ଅଛି।“ ସେହିପରି ଅନ୍ୟ ଜଣେ ୟୁଜର୍‌ କହିଛନ୍ତି, “ନିଜେ ଚର୍ଚ୍ଚାରେ ରହିବା ପାଇଁ ସୋନାଙ୍କର ଏହା ଏକ ପଦକ୍ଷେପ। “

ସଲମାନ୍‌ଙ୍କୁ ନେଇ ଏପରି ବିବାଦୀୟ ବୟାନ୍‌ ଦେବା ସୋନାଙ୍କ ପାଇଁ ପ୍ରଥମ ନୁହେଁ। କୃଷ୍ଣସାର ମୃଗ ଶିକାର କରି କେସ୍‌ରେ ଛନ୍ଦି ହୋଇଥିବା ସମୟରେ ସୋନା ଟ୍ୱିଟ୍‌ କରି ସମାଲୋଚନା କରିଥିଲେ। ସେବେଠାରୁ ସଲମାନ୍‌ ଖାନ୍‌ ଓ ସୋନା ମହାପାତ୍ରଙ୍କ ବିବାଦ ଜାରି ରହିଛି। ଯାହା କାହାକୁ ଅଛପା ନାହିଁ।

ସେହିପରି ସୋନା #me too ଅଭିଯାନରେ ମଧ୍ୟ ମୁହଁ ଖୋଲି କୈଲାସ ଖୈର୍‌ ଓ ଅନୁ ମଲ୍ଲିକଙ୍କ ବିରୋଧରେ ବୟାନ୍‌ ଦେଇଥିଲେ। ଏପରିକି ସେ ସୋନୁ ନିଗମ୍‌ଙ୍କର ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲେ। ତେବେ ସୋନାଙ୍କର ଏହି ଟ୍ୱିଟ୍‌କୁ ନେଇ ସଲମାନ୍‌ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସଲମାନ୍‌ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭାରତ’ର ପ୍ରୋମୋସନ୍‌ କରିବାରେ ବ୍ୟସ୍ତ ଅଛନ୍ତି।

 



from Odisha Reporter https://ift.tt/2H5DrIo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages