ହାଫିଜ୍‌ ନିବେଦନ କରିଥିଲା, ଶୁଣିଲାନି ଜାତିସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ହାଫିଜ୍‌ ନିବେଦନ କରିଥିଲା, ଶୁଣିଲାନି ଜାତିସଂଘ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦକୁ ଆଜି ମିଳିତ ଜାତିସଂଘ ଜବରଦସ୍ତ ଝଟ୍‌କା ଦେଇଛି। ଜାତିସଂଘ ପକ୍ଷରୁ ହାଫିଜ୍‌କୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରାଯାଇଥିଲା। ତେବେ ସେ ଏହି ଅସିଦ୍ଧ ତାଲିକାରରୁ ମୁକ୍ତି ପାଇବା ପାଇଁ ନିକଟରେ ନିବେଦନ କରିଥିଲା। ହେଲେ ଜାତିସଂଘ ହାଫିଜର ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ଗୋଟିଏ ପଟେ ପାକିସ୍ତାନରେ ସକ୍ରିୟ ଥିବା ଅନ୍ୟତମ କୁଖ୍ୟାତ ଆତଙ୍କୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ବ୍ୟାନ୍‌ କରିବା ପାଇଁ ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଆସିଥିବା ବେଳେ ହାଫିଜ୍‌କୁ ଏଭଳି ଝଟ୍‌କା ଭାରତ ପାଇଁ ଶୁଭ ସୂଚନା ଦେଇଛି। ପୁଲୱାମା ହମ୍‌ଲା ପଛରେ ଜୈଶ ହିଁ ରହିଥିଲା।

ଜାତିସଂଘ ହାଫିଜ୍‌ର ଆବେଦନକୁ ବିଚାର କରୁଥିବା ବେଳେ ଭାରତ ତା’ ବିରୋଧରେ ଏକାଧିକ ପ୍ରମାଣ ଦେଇଥିଲା। ହାଫିଜ୍‌ ହେଉଛି ଲସ୍କର-ଏ-ତାଏବାର ସହ ପ୍ରତିଷ୍ଠାତା। ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସେ ସଂପୃକ୍ତ ଥିବା ଦସ୍ତାବିଜ୍‌ ଭାରତ ଜାତିସଂଘକୁ ଦେଇଥିଲା। ଜାତିସଂଘ ଏହାର ତର୍ଜମା କରି ହାଫିଜର ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

ଜାତିସଂଘ ପକ୍ଷରୁ ଏ ସମ୍ପର୍କରେ ହାଫିଜ ପାଇଁ ଓକିଲାତି କରୁଥିବା ହାଇଦର ରସୁଲ ମିର୍ଜାଙ୍କୁ ଜଣାଇ ଦିଆଯାଇଛି। ମୁମ୍ବାଇ ୨୬/୧୧ ଆତଙ୍କୀ ହମ୍‌ଲା ପରେ ଜାତିସଂଘ ସୁରକ୍ଷା ପରିଷଦ ହାଫିଜ୍‌ ଓ ତା’ର ସଂଗଠନ ଜେୟୁଡିକୁ ବ୍ୟାନ୍‌ କରିଥିଲା। ୨୦୦୮ ଡିସେମ୍ବର ୧୦ରେ ହାଫିଜ୍‌କୁ ବିଶ୍ୱସ୍ତରୀୟ ଆତଙ୍କୀ ମଧ୍ୟ ଘୋଷଣା କରାଯାଇଥିଲା। ଏହା ବିରୋଧରେ ହାଫିଜ୍‌ ୨୦୧୭ରେ ତା’ ଓକିଲ ମିର୍ଜାଙ୍କ ସହାୟତାରେ ଜାତିସଂଘରେ ଆବେଦନ କରିଥିଲା।



from Odisha Reporter https://ift.tt/2NOJ9i1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages