ଆକାଶ ଅମ୍ୱାନୀଙ୍କ ବିବାହରେ ଏକାଠି ନାଚିଲେ କରନ୍‌ ଜୋହର୍‌ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଆକାଶ ଅମ୍ୱାନୀଙ୍କ ବିବାହରେ ଏକାଠି ନାଚିଲେ କରନ୍‌ ଜୋହର୍‌ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା

ନୂଆଦିଲ୍ଲୀ: କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ଫିଲ୍ମ ମେକର କରନ୍‌ ଜୋହର୍‌ଙ୍କ ମଧ୍ୟରେ ସମ୍ପର୍କ ବୋଧହୁଏ ସୁଧୁରି ଗଲାଣି । କାରଣ ‘କଫି ଉଇଥ୍‌ କରନ୍‌’ ଶୋ’ କୁ ଆସି କ୍ରିକେଟର ହାର୍ଦ୍ଦିକ ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ।  ଯାହାକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ କରଣ-ହାର୍ଦ୍ଦିକ ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ବର୍ତ୍ତମାନ କରନ୍‌ ଜୋହର୍‌ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦେଖିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ।

ନିକଟରେ ଆକାଶ ଅମ୍ୱାନୀ ଓ ଶ୍ଲୋକା ମେହେଟ୍ଟାଙ୍କ ବିବାହ ଉତ୍ସବରେ ଦୁହେଁ ଏକାଠି ନାଚୁଥିବାର ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହାକୁ ଦେଖିଲା ପରେ ଦୁହିଁଙ୍କର ମଧୁର ସମ୍ପର୍କ ଉପରେ ଟିକେ ଆଞ୍ଚ୍‌ ଆସିନାହିଁ ବୋଲି ଜଣାପଡୁଛି।

କରନ୍‌ ଓ ହାର୍ଦ୍ଦିକ୍‌ ବରପକ୍ଷରେ ସାମିଲ୍‌ ହୋଇ ଗାୟକ ମିକା ସିଂହ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓରେ କରନ୍‌ ଏକ ହଳଦିଆ ରଙ୍ଗର ସେରୱାନୀ ପିନ୍ଧିଛନ୍ତି ଓ ହାର୍ଦ୍ଦିକଙ୍କ ସହିତ ଗୀତରେ ତାଳ ମିଶାଇ ନାଚୁଛନ୍ତି।

ଅମ୍ୱାନୀ ପରିବାରର ବିବାହ ଉତ୍ସବରେ ଅନେକ ବିଦେଶୀ ଅତିଥିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବଲିଉଡ୍‌ର ସମସ୍ତ ବଡ଼ ବଡ଼ ସେଲିବ୍ରିଟି ଏହି ଉତ୍ସବରେ ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ଆମିର୍‌ ଖାନ୍‌, ଶାହରୁଖ ଖାନ୍‌, ରଣବୀର୍ କପୁର୍‌, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଆଦି ରହିଥିଲେ।
ଦୁହିଁଙ୍କର ଏହି ନାଚୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଫ୍ୟାନ୍ସମାନେ ଓଲଟାସିଧା କମେଣ୍ଟ୍‌ ମଧ୍ୟ ଦେବାରେ ଲାଗିଛନ୍ତି।



from Odisha Reporter https://ift.tt/2TwZ1Mv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages