ସପା-ବିଏସ୍‌ପି ମେଣ୍ଟରେ ସାମିଲ ହେଲେ ଆଉ ୩ଟି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ସପା-ବିଏସ୍‌ପି ମେଣ୍ଟରେ ସାମିଲ ହେଲେ ଆଉ ୩ଟି ଦଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିକୁ ଚେକ୍‌ ଦେବାକୁ ସମାଜବାଦୀ ପାର୍ଟି(ସପା) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ମେଣ୍ଟରୁ କଂଗ୍ରେସ ବାଦ ପଡ଼ିଥିଲେ ହେଁ ଆଜି ୩ଟି ଆଞ୍ଚଳିକ ଦଳ- ନିଶାଦ ପାର୍ଟି, ଜନୱାଦୀ ପାର୍ଟି(ସୋଶାଲିଷ୍ଟ) ଓ ରାଷ୍ଟ୍ରୀୟ ସମାନତା ଦଳ ସପା-ବିଏସ୍‌ପି ମେଣ୍ଟ ସହ ହାତ ମିଳାଇଛନ୍ତି।

ଏମାନେ ଏକାଠି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ। ଆଜି ଲକ୍ଷ୍ନୌଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ତେବେ ସପା-ବିଏସ୍‌ପି ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ଭରସା କରିବା ପଛର କାରଣ ହେଉଛି, ଉତ୍ତର ପ୍ରଦେଶରେ ଜାତି ଓ ସଂପ୍ରଦାୟକୁ ନେଇ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥାଏ।

ଉତ୍ତର ପ୍ରଦେଶରୁ ହିଁ ଦିଲ୍ଲୀରେ କିଏ କ୍ଷମତା ଦଖଲ କରିବ, ତାହା ସ୍ଥିର ହୋଇଥାଏ। ତେଣୁ ବିଜେପିକୁ ଚେକ୍‌ ଦେବାକୁ ସପା-ବିଏସ୍‌ପି ଏଭଳି ରଣନୀତି କରିଛନ୍ତି। ବିଜେପି ମଧ୍ୟ ଉତ୍ତର ପ୍ରଦେଶରେ ଅପନା ଦଳ ଭଳି ଛୋଟ ପାର୍ଟି ସହ ମେଣ୍ଟ କରିଛି।



from Odisha Reporter https://ift.tt/2WqAeGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages