ଚର୍ଚ୍ଚିତ ଆସନରେ ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରାର୍ଥୀ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଚର୍ଚ୍ଚିତ ଆସନରେ ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରାର୍ଥୀ କଲା ବିଜେପି

ବେଙ୍ଗାଲୁରୁ: ସମସ୍ତଙ୍କୁ ଚକିତ କରି ବିଜେପି ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ବେଙ୍ଗାଲୁରୁ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟଙ୍କୁ ଟିକେଟ୍‌ ଦେଇଛି। ସେ ନିଜେ ମଧ୍ୟ ବିଜେପିର ଏଭଳି ନିଷ୍ପତ୍ତିରେ ଚକିତ ହୋଇଯାଇଛନ୍ତି। ସୂର୍ଯ୍ୟ ଆଜି ଟ୍ୱିଟ କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଆସନରେ କିଏ ପ୍ରାର୍ଥୀ ହେବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ପୂର୍ବରୁ ଏହି ଆସନରୁ ଦିବଗଂତ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ପ୍ରାର୍ଥୀ ହୋଇ ଆସୁଥିଲେ। ସେ ୫ ଥର ଏହି ଆସନରୁ ଜିତିଛନ୍ତି। କୁହାଯାଉଥିଲା ଯେ ଚଳିତ ନିର୍ବାଚନରେ ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଅନନ୍ତ କୁମାରଙ୍କ ପତ୍ନୀ ପ୍ରାର୍ଥୀ ହେବେ। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପି ସୂର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି।

ପେସାରେ ଓକିଲ ହୋଇଥିବା ସୂର୍ଯ୍ୟ ଟ୍ୱିଟ୍‌ କରି କହିଛନ୍ତି, “ ମୁଁ ନିଜକୁ ବିଶ୍ୱାସ କରିପାରୁନାହିଁ। ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ଦେଶର ସବୁଠାରୁ ବଡ଼ ରାଜନୀତିକ ଦଳର ସଭାପତି ମୋ ଭଳି ଜଣେ ୨୮ ବର୍ଷୀୟ ଯୁବକଙ୍କ ଉପରେ ଭରସା କରିବା ସହ ଦକ୍ଷିଣ ବେଙ୍ଗାଲୁରୁ ଭଳି ଆସନ ପାଇଁ ପ୍ରାର୍ଥୀ କରିଛନ୍ତି। ଏହା କେବଳ ‘ମୋ ବିଜେପି’ରେ ସମ୍ଭବ ହୋଇପାରେ। ସେହିପରି ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ଏଭଳି ଘଟଣା ଘଟେ। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି।”

ଅନ୍ୟପକ୍ଷରେ ଏଭଳି ଘୋଷଣାରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅନନ୍ତ କୁମାରଙ୍କ ପତ୍ନୀ ତେଜସ୍ୱିନୀ। ସେ କହିଛନ୍ତି, “ଏହି ଆସନରୁ ମୁଁ ଲଢ଼ିବି ବୋଲି ମୋତେ ପ୍ରତିଶ୍ରୁତି ମିଳିଥିଲା। ଏପରି କି ମୁଁ ପ୍ରଚାର ଆରମ୍ଭ ମଧ୍ୟ କରିଥିଲି। ହେଲେ ହଠାତ୍‌ ଅନ୍ୟ ଜଣଙ୍କୁ ଟିକେଟ୍‌ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୋ ନାଁକୁ କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍‌ ୟେଦ୍ଦୁରପ୍ପା ମଧ୍ୟ ସୁପାରିସ କରିଥିଲେ। ହେଲେ ମୋତେ ଟିକେଟ୍‌ ମିଳିନାହିଁ। ତେବେ ଏହାକୁ ନେଇ ମୁଁ ପ୍ରଶ୍ନ କରିବି ନାହିଁ ଏବଂ ଦଳ ପାଇଁ କାମ କରିବି।”



from Odisha Reporter https://ift.tt/2HHDmuG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages