ମୋଦି ସରକାରରେ ନିଯୁକ୍ତିର ହିସାବ ଦେଲେ ରବିଶଙ୍କର ପ୍ରସାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ମୋଦି ସରକାରରେ ନିଯୁକ୍ତିର ହିସାବ ଦେଲେ ରବିଶଙ୍କର ପ୍ରସାଦ

ravi-shankar-prasad
ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ମୋଦି ସରକାର ସମୟରେ ବେକାରୀ ବୃଦ୍ଧି ପାଇଛି ବୋଲି ଦାବି କରୁଥିବାବେଳେ ଏହାର ଜବାବ ରଖିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୫ ବର୍ଷ ଶାସନ କାଳରେ ଆଇଟି ସେକ୍ଟରରେ ୮.୭୩ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ସର୍ଭେସଂସ୍ଥା ନାସକମ ଦ୍ଵାରା ଜାରି ହୋଇଥିବା ତଥ୍ୟକୁ ଆଧାର କରି ସେ ଏପରି କହିଛନ୍ତି। ଆଇଟି ଦ୍ୱାରା ସିଧାସଳଖ ୪୧.୪୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ପରୋକ୍ଷରେ ୧.୨ କୋଟି ବ୍ୟକ୍ତି ଚାକିରୀ ବା ରୋଜଗାର ପାଇଥିବା ସେ କହିଛନ୍ତି।
 
ଏହାବ୍ୟତୀତ ୧୨ ଲକ୍ଷ ଚାକିରି ସରକାରଙ୍କ କମନ ସର୍ଭିସ ସେଣ୍ଟର(ସିଏସସି) ଦ୍ୱାରା ସୃଷ୍ଟି ହୋଇଥିବାବେଳେ ୬.୭ ଲକ୍ଷ ନିଯୁକ୍ତି ଉଭୟ ସିଧାସଳଖ ଏବଂ ପରୋକ୍ଷରେ ସୃଷ୍ଟି ହୋଇଥିବା ଶ୍ରୀ ପ୍ରସାଦ କହିଛନ୍ତି। ସେହିପରି ବିପିଓରେ  ୨୩ ହଜାର ଚାକିରି ସୃଷ୍ଟି ହୋଇଥିବାବେଳେ ଷ୍ଟାର୍ଟଅପ୍ ଜରିଆରେ ୪୦ ହଜର ଚାକିରି ମୋଦି ସରକାର ସମୟରେ ହୋଇଥିବା ସେ କହିଛନ୍ତି। ଏଥିସହ ବିରୋଧୀ କଂଗ୍ରେସକୁ ପ୍ରଶ୍ନ କରି ଆଇନମନ୍ତ୍ରୀ ଉଭୟ ୟୁପିଏ ୱାନ ଓ ଟୁ ସରକାରରେ କେତେ ନିଯୁକ୍ତି ଦେଇଥିଲେ, ତା’ର ହିସାବ ଦେବା ପାଇଁ ଦାବି କରିଛନ୍ତି।


from Odisha Reporter https://ift.tt/2Juwdjb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages