ଜଙ୍ଗଲକୁ ଉଠାଇ ନେଇ ମହିଳାଙ୍କୁ ଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଜଙ୍ଗଲକୁ ଉଠାଇ ନେଇ ମହିଳାଙ୍କୁ ଦୁଷ୍କର୍ମ!

ଆଠଗଡ଼ (ନୀଳକଣ୍ଠ ଦୋରା): ଅର୍ଥ ଲୋଭରେ ଜଣେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୂରା ଘଟଣା ଏମିତି। ଗତକାଲି ଜଣେ ମହିଳା ଖୁଣ୍ଟୁଣୀ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଜବରଦସ୍ତ ଡାଳଭାଗ ଜଙ୍ଗଲକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ମହିଳାଙ୍କଠାରୁ ଟଙ୍କା ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଫଳରେ ମହିଳା ବେକରେ ଗଭୀର କ୍ଷତି ହୋଇଛି। ମହିଳା ଜଣକ ସଜ୍ଞା ହରାଇ ପଡ଼ିଯିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା।

ତେବେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଟଙ୍କା ଲୋଭରେ ଅଭିଯୁକ୍ତ ଏପରି କାଣ୍ଡ ଘଟଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି।



from Odisha Reporter https://ift.tt/2TZsazm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages