ଶତୃଘ୍ନ ଓ ଶହନୱାଜଙ୍କୁ ଟିକେଟ୍‌ ଦେଲାନି ବିଜେପି, ଡେବ୍ୟୁ କରିବେ ରବିଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଶତୃଘ୍ନ ଓ ଶହନୱାଜଙ୍କୁ ଟିକେଟ୍‌ ଦେଲାନି ବିଜେପି, ଡେବ୍ୟୁ କରିବେ ରବିଶଙ୍କର

ନୂଆଦିଲ୍ଲୀ: ବିହାରରେ ମେଣ୍ଟ କରିଥିବା ବିଜେପି, ଜେଡିୟୁ ଏବଂ ଏଲଜେପି ପକ୍ଷରୁ ରାଜ୍ୟର ୪୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତେବେ ଏହି ଏନ୍‌ଡିଏ ପ୍ରାର୍ଥୀ ତାଲିକାରେ ବିଜେପିର ଦୁଇ ହେଭିୱେଟ୍‌ ଶତୃଘ୍ନ ସିହ୍ନା ଏବଂ ଶହନୱାଜ ହୁସେନ୍‌ଙ୍କୁ ଟିକେଟ୍‌ ମିଳିନାହିଁ।

ଶତୃଘ୍ନ ବିଜେପିରେ ରହି ଦଳକୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରୁଥିବାରୁ ତାଙ୍କୁ ଟିକେଟ୍‌ ମିଳିବ ନାହିଁ ବୋଲି ଆକଳନ କରାଯାଇଥିଲା। ତେବେ ଶହନୱାଜ ହୁସେନଙ୍କୁ କାହିଁକି ଟିକେଟ୍‌ ମିଳିନାହିଁ, ତା’ର କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଶତୃଘ୍ନଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିଜେପି ପାଟନା ସାହିବରୁ ପ୍ରାର୍ଥୀ କରିଛି। ଶ୍ରୀ ପ୍ରସାଦ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ।

ସେହିପରି ନୱାଦାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଦଳ ଏଥର ବେଗୁସରାଇରୁ ପ୍ରାର୍ଥୀ କରିଛି। ନୱାଦା ଆସନରେ ଏନ୍‌ଡିଏର ସହଯୋଗୀ ଦଳ ଏଲଜେପି ଚନ୍ଦନ କୁମାରଙ୍କୁ ପ୍ରାର୍ଥୀ କରିବ।

ଜମୁଇରୁ ଏଲଜେପିର ଚିରାଗ ପାଶ୍ୱାନ ପ୍ରାର୍ଥୀ ହେବେ। ପୂର୍ବ ଚମ୍ପାରନ୍‌ରୁ କେନ୍ଦ୍ର କୃଷିମନ୍ତ୍ରୀ ରାଧା ମୋହନ ସିଂହ, ପାଟଲିପୁତ୍ରରୁ ରାମକ୍ରିପାଲ ଯାଦବ, ଆରାରୁ ଆର.କେ ସିଂହ, ବକସାରରୁ ଅଶ୍ୱିନୀ ଚୌବେ ଓ ସାରନରୁ ରାଜୀବ ପ୍ରତାପ ରୁଡ଼ି ପ୍ରାର୍ଥୀ ହୋଇଛନ୍ତି।

ବିହାରର ୪୦ଟି ଆସନରୁ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ୧୭ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ରାମବିଲାସ ପାଶ୍ୱାନଙ୍କ ଏଲଜେପି ୬ଟି ଆସନରେ ଲଢ଼ିବ। କିନ୍ତୁ ଦଳ ପକ୍ଷରୁ ଏଯାଏ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।



from Odisha Reporter https://ift.tt/2FxNiEV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages